୧୪ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ପ୍ରଶାସନ

ପାରଳାଖେମୁଣ୍ଡି : (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲାର ମୋହନା ବ୍ଲକ ଅଡବା ଥାନାର ଏକ ଦୁର୍ଗମ ବନପାହାଡ ଘରେ ଅଂଚଲରେ ଆଜି ଚଢାଉ କରାଯାଇ ୭୪ ଏକର ସରକାରୀ ଜମିରେ ଚୋରାରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ  କରାଯାଇଥିଲା । ଆର. ଉଦୟଗିରି ପୋଲିସ ଏଡିପିଓ ଏ.କେ. ମହାନ୍ତି ସୂଚନା ଦେଇଛନ୍ତି ଯେ, ମୋହନ ବ୍ଲକର ଗୁରୁବା ପଞ୍ଚାୟତର ଗାଲିମେରା ଗ୍ରାମ ନିକଟରେ ଥିବା ବନପାହାଡ ଘେରା ଦୁର୍ଗମ ସରକାରୀ ଜମିରେ ଗେଞ୍ଜେଇ ଚାଷ ହୋଇ ଅଭିଯୋଗ ହୋଇଥିଲା । ଏହାକୁ ଭିତି କରି ଅବକାରୀ ରାଜସ୍ୱ ଓ ପୋଲିସ ବିଭାଗ ମିଳିତ ଭାବେ ଏଠାରେ ଚଢାଉ କରାଯାଇଥିଲା । ୭୪ ଏକର ସରକାରୀ ଜମିରେ ୧ଲକ୍ଷ ୪୮ ହଜାର ଗଛକୁ ଏହି ଚଢାଉରେ ନିଆଁ ଲାଗାଯାଇ ପୋଡି ଦିଆଯାଇଛି । ଏହାର ମୂଲ୍ୟ ୧୪ କୋଟି ୪୮ ଲକ୍ଷ ହେବ ବୋଲି ସେ ସୂଚନା ଦେଇଛନ୍ତି । ମୋହନା ତହସିଦାର କଲ୍ୟାଣୀ ସଂଘମିତ୍ରାଦେବୀ ମାଜିଷ୍ଟେ ଭାବେ ଏହି ଚଢାଉରେ ଯୋଗ ଦେଇଥିବା ବେଳେ ଅବଡା ଥାନାଅଧିକାରୀ ଆଲୋକ ଜଗଦେବଙ୍କ ସମେତ ଅବକାରୀ, ରାଜସ୍ୱ ଓ ପୋଲିସ ବିଭାଗର ବହୁ କର୍ମଚାରୀ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ