କୋଟିକୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ଗଜପତି ପୁଲିସ

ପାରଳାଖେମୁଣ୍ଡ- (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲାରେ ପୁଣି ୧୮କୋଟି ଟଙ୍କାରୁ ଉର୍ଦ୍ଧ ଚୋରାରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଥିବା ସୁଚନା ମିଳିଛି । ଏହି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତର ବୁଡୁନି ମୌଜାରେ ଅବକାରୀ ବିଭାଗ ଓ ପୋଲିସ ବିଭାଗର ଏକ ମିଳିତ ଚଢାଉ କରାଯାଇ ସେଠାରେ ପ୍ରାୟ ୯୪ଏକର ଜମିରେ କରାଯାଇଥିବା ପ୍ରାୟ ୧ଲକ୍ଷ ୮୮ହଜାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଧେଶ କ୍ରମେ ଏହି ଚଢାଉ କରାଯାଇଛି । ଏହି ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୧୮କୋଟି ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ମୋହନା ଥାନାଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି ବନପାହାଡ ଘେରା ଦୁର୍ଗମ ବୁଡୁନି ଅଞ୍ଚଳରେ ଚୋରାରେ ଏହି ଗଞ୍ଜେଇ ଚାଷ କରାଯାଇଥିବା ଅଭିଯୋଗ ହୋଇଥିଲା । ପାଦ ଚଲାରେ ପୋଲିସ,ଅବକାରୀ ଓ ରାଜସ୍ୱ ବିବାଗ ତରଫରୁ ଘଟଣା ସ୍ଥଳରେ ଚଢାଉ କରାଯାଇଥିଲା । ୯୪ ଏକର ବିସ୍ତୀର୍ଣ୍ଣ ବନପାହାଡ ଜମିରେ ଚାଷ କରାଯଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟି ନିଆ ଲଗାଇ ପୋଡି ଦିଆଯାଇଛି । ଏନେଇ ମୋହନା ଥାନାରେ ଏନଡିପିଏସ ଆଇନ ଅନୁଯାଇ କେସ ନଂ ୨୧୨ରେ ମକଦ୍ଦମା ରୁଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ