କୋଣାର୍କରେ ନୂତନ ପର୍ଯ୍ୟଟନ ଅଧିକାରୀଙ୍କ ଯୋଗଦାନ
କୋଣାର୍କ (ଗରେଶ ବେହେରା) : କୋଣାର୍କ ସ୍ଥିତ ପର୍ଯ୍ୟଟନ କାର୍ଯାଳୟ ଠାରେ ଦୀର୍ଘଦିନ ଧରି କାର୍ଯ୍ୟରତ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ଙ୍କ ପୁରୀଜିଲ୍ଲା ପର୍ଯ୍ୟଟନ ବିଭାଗ କାର୍ଯ୍ୟାଳୟ କୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଅମିୟ କୁମାର ସେଠୀ ନୂତନ ପର୍ଯ୍ୟଟନ ଅଧିକାରୀ ଭାବେ କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ଯୋଗଦାନ କରିଛନ୍ତି। କରୋନା ମହାମାରୀ ଯୋଗୁଁ ପର୍ଯ୍ୟଟନ ବିଭାଗର ଭିତ୍ତିଭୂମି ଦୋହଲି ଯାଇଥିବା ବେଳେ କୋଣାର୍କରେ ପର୍ଯ୍ୟଟନର ଭିତିଭୁମିକୁ ସୁଦୃଢ଼ କରିବା ପାଇଁ ସେ କାର୍ଯ୍ୟ କରିବେ ବୋଲି ନୂତନ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ ପ୍ରକାଶ କରିଛନ୍ତି।