କୋଭିଡରେ ବାପା ମାଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ସହ କର୍ପସ ପାଣ୍ଠି ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏନ୍ଆଇସି ଭିଡିଓ କନ୍ଫେରେନ୍ସ ହଲ ଠାରେ କୋଭିଡରେ ବାପା ମାଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ସହ କର୍ପସ ପାଣ୍ଠି ପ୍ରଦାନ କରାଯାଇଥିବାର ଜଣାପଡି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଡିଏସ୍ପି ବାମଦେବ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସ ଯୋଗେ ଏହି କର୍ପସ ପାଣ୍ଠି ବିଷୟରେ ବାର୍ତ୍ତା କରିଥିଲେ । ଏହାପରେ ଅନଲାଇନ୍ ମାଧ୍ୟମରେ ଜିଲ୍ଲାର ୮ଜଣ ଏପରି କର୍ପସ ପାଣ୍ଠି ପାଇଥିବା ପ୍ରମାଣପତ୍ର ତଥା ଦସ୍ତାବିଜକୁ ଜିଲ୍ଲାପାଳ, ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରମୁଖ ଭିଡଓ କନ୍ଫେରେନ୍ସ ଜରିଆରେ ଦେଖାଇ ଥିଲେ । ଏନେଇ ଜିଲ୍ଲାପାଳ ଶ୍ରୀ ପଣ୍ଡା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି ଯେ, କୋଭିଡରେ ଜିଲ୍ଲାର ୮ଜଣ ନିଜ ନିଜ ବାପା ମାଙ୍କୁ ରହରାଇଥିବା ଶିଶୁଙ୍କ ପାଇଁ ପିଏମ୍ କେୟାର ଫର ଚିଲଡ୍ରେନ ସ୍କିମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପିଲାମାନଙ୍କର ଫିକ୍ସଡ ଡିପୋଜିଟ ଖାତାକୁ କର୍ପସ ପାଣ୍ଠି ପ୍ରଦାନ କରିଛନ୍ତି । ଏହି ଯୋଜନାଟି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗତ ୨୦୨୧ ମଇ ୨୯ ତାରିଖରେ ଶୁଭାରମ୍ଭ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଯେ, କୋଭିଡରେ ବାପା ଏବଂ ମାଙ୍ଗୁ ରହାଇଥିବା ଶିଶୁମାନଙ୍କୁ କିପରି ଯତ୍ନ ଓ ସୁରକ୍ଷା ଯୋଗାଇବା, ବୀମା ମାଧ୍ୟମରେ ସେମାନଙ୍କର ସ୍ୱାସ୍ଥ ଅବସ୍ଥାକୁ ଧ୍ୟାନ ଦେବା, ଶିକ୍ଷା ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବା ଏବଂ ସେମାନେ ଆତ୍ମ ନିର୍ଭରଶୀଳ କିପରି ହେବେ ସେଥିପାଇଁ ସେମାନଙ୍କୁ ୨୩ବର୍ଷ ହେବା ପର୍ଯ୍ୟନ୍ତ ଆର୍ଥିକ ସହଯୋଗ ଯୋଗାଇବା । ୧୮ ବର୍ଷ ପରେ ପିଲାମାନେ ଫିକ୍ସଡ ଡିପୋଜିଟରେ ଥିବା ୧୦ଲକ୍ଷ ଟଙ୍କାର ସୁଧକୁ ନେଇ ସେମାନଙ୍କର ପାଠ ପଢିବା ଖର୍ଚ୍ଚ କରିପାରିବେ ଏବଂ ୨୩ବର୍ଷପରେ ସେମାନେ ଚାହିଁଲେ ୧୦ଲକ୍ଷ ଟଙ୍କାକୁ ଉଠାଇ ନିଜ ନିଜ ଭବିଷ୍ୟତର କାମରେ ଲଗାଇପାରିବେ ବୋଲି କୁହା ଯାଇଛି । ସେହିପରି ଯୋଗ୍ୟ ୮ ପିଲାମାନଙ୍କ ମଧ୍ୟରୁ ଗୋଟିଏ ପିଲାକୁ କେନ୍ଦ୍ରିୟ ବିଦ୍ୟାଳୟ ଏବଂ ଅନ୍ୟ ୫ଜଣ ପିଲାଙ୍କୁ ଘରୋଇ ଇଂରାଜି ବିଦ୍ୟାଳୟରେ ୬ଜଣଙ୍କ ନାମ ଲେଖାହୋଇଥିବା ବେଳେ ଜଣେ ସାବାଳକ ଥିବା ବେଳେ ଅନ୍ୟଜଣେ ୩ବର୍ଷର ଶିଶୁ ଅଟନ୍ତି । ସେହିପରି ରାଜ୍ୟସରକାରଙ୍କ ଆଶୀର୍ବାଦ ଯୋଜନାରେ ଶିଶୁ ଯତ୍ନ ଅନୁଷ୍ଠାନରେ ରହିଥିବା ପିଲାଙ୍କୁ ମାସିକ ୧୦୦୦ଟଙ୍କା ଏବଂ ଅନ୍ୟମାନଙ୍କୁ ମାସିକ ୨୫୦୦ଟଙ୍କା ଲେଖାଏଁ ଦିଆଯାଉଥିବା, ମିଶନ୍ ବାତ୍ସଲ୍ୟରେ ପୃଷ୍ଠୋପୋଷକତା ସହାୟତା ହିସାବରେ ବର୍ତ୍ତମାନ ପ୍ରତି ପିଲାଙ୍କୁ ୨୦୦୦ଟଙ୍କା ଲେଖାଏଁ ଦିଆଯିବା ଏବଂ ଏହି ରାଶିକୁ ଆଗାମୀ ଦିନରେ ୪୦୦୦ଟଙ୍କାକୁ ବୃଦ୍ଧି କରିବା, ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ପ୍ରତ୍ୟେକ ପିଲାଙ୍କୁ ବାର୍ଷିକ ୨୦ହଜାର ଟଙ୍କା ଲେଖାଏଁ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟରୁ ଦେବାର ବ୍ୟବସ୍ଥା ଆଦି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି ।


