କୋଭିଡ କେୟାର ହୋମ ବାରଣ୍ଡା ରୁ ମିଳିଲା ୫୩ ବର୍ଷୀୟ ବ୍ୟକ୍ତି ଙ୍କ ମୃତ ଦେହ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ଜି.ଟି. ହାଇସ୍କୁଲ କୋଭିଡ କେୟାର ହୋମରେ ଗତ କାଲି ଭର୍ତି ହୋଇଥିବା ଜଜଣେ ୫୩ ବର୍ଷୀୟ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।ମୃତ ବ୍ୟକ୍ତି ଜଣକ ବେଲଗୁଣ୍ଠା ଧୋବା ସାହିର ନିରଞ୍ଜନ ସେଠୀ ।ଗତକାଲି ପ୍ରଶାସନ ତରଫ ରୁ ଥର୍ମାଲ ସ୍କ୍ରୀନିଂ ବେଳେ ତାଙ୍କର ଜ୍ଵର ଓ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ଥିବା ସ୍ୱାସ୍ଥ୍ୟ ଯାଞ୍ଚ ଟିମ କୁ କହିଥିଲେ ।ସ୍ୱାସ୍ଥ୍ୟ ଟିମରେ ଥିବା ଡାକ୍ଟର ତାଙ୍କୁ କୋଭିଡ କେୟାର ହୋମ ରେ ଭର୍ତି ରହିବା ପାଇଁ ପରାମର୍ଶ ଦେଇଥିଲେ ।ଗତକାଲି ଦିନ ୧୧ ଟାରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇ ସେଠାରୁ ଜି .ଟି ହାଇ ସ୍କୁଲ କୋଭିଡ କେୟାର ହୋମ କୁ ନିଯାଇଥିଲା ।କିନ୍ତୁ ଆଜି ସକାଳେ ୫ ଟା ୬ ଟା ମଧ୍ୟରେ ତାଙ୍କ ମୃତ ଦେହ ସ୍କୁଲ ବାରଣ୍ଡା ରେ ପଡିଥିବା ଦେଖିବାକୁ ମିଳିଥିଲା ।ତହସିଲଦାର ସରୋଜ କୁମାର ବେହେରା,ବି.ଡି.ଓ ଶଶିଭୂଷଣ ମହାପାତ୍ର ,ନିର୍ବାହୀ ଅଧିକାରୀ ନରେନ୍ଦ୍ର କୁମାର ପଧାନ ,ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ବେହେରା ପୁଲିସ ଟିମ ସହ ପହଞ୍ଚିଥିଲେ ।ତାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପରିବାର ବର୍ଗଙ୍କ ସହ ସାହି ଲୋକ ପହଞ୍ଚି ସେଠାରେ ସି.ସି.ଏଚ ର ଅବ୍ୟବସ୍ଥା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ।ତାଙ୍କ ପରିବାର ଲୋକେ ଚିକିତ୍ସା ଅବହେଳା ରୁ ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରିଛନ୍ତି ।ତାଙ୍କ ଅଭିଯୋଗ ପ୍ରକାରେ ,ଗତକାଲି ଠାରୁ ତାଙ୍କୁ କୋଭିଡ କେୟାର ହୋମରେ ରଖାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରକାର ଚିକିତ୍ସା କରାଯାଇ ନଥିଲା କି ତାଙ୍କୁ କୌଣସି ଔଷଧ ଦିଆଯାଇନଥିଲା ।ସେ ରହୁଥିବା ରୁମରେ ଆଖ ପାଖ ରେ କେହି ମଧ୍ୟ ତାଙ୍କୁ ସହାୟତା କରିବା ପାଇଁ ନ ଥିଲେ ।ସେଥିପାଇଁ ତାଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ତାଙ୍କ ପୁଅ ମିଥୁନ ସେଠୀ ।ଏ ନେଇ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଓ ବି.ଡି .ଓ ଶଶୀ ଭୂଷଣ ମହାପାତ୍ର ଙ୍କ ପ୍ରତିକ୍ରିୟା ନେବାରୁ ସେମାନେ କହିଥିଲେ ଯେ,ଗତ କାଲି ତାଙ୍କୁ ଖାଇବା ଦିଆଯିବା ସହ ସରକାରୀ ଓ ମେଡିକାଲ ଗାଇଡଲାଇନ ଅନୁସାରେ ଆବଶ୍ୟକୀୟ ଔଷଧ ମଧ୍ୟ ଦିଆଯାଇଥିଲା ଏବଂ ଆଜି କାରୋନା ପରୀକ୍ଷା ପାଇଁ ତାଙ୍କ ସ୍ଵାବ ସଂଗ୍ରହ କରାଯାଇଥାନ୍ତା ।ବେଲଗୁଣ୍ଠା ପୁଲିସ ତାଙ୍କର ଶବ ଜବତ କରି ୟୁ/ଡି ୪୬/୨୦ ରେ ଏକ ମାମଲା ରୁଜ୍ଜୁ କରି ଭଞ୍ଜନଗର ରେ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିବା ନେଇ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।ନିରଞ୍ଜନଙ୍କ ଅକସ୍ମାତ ମୃତ୍ୟୁ ରେ ବେଲଗୁଣ୍ଠା ଧୋବା ସାହି ରେ ଶୋକ ର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ