କୋଭିଡ ହସ୍ପିଟାଲ ପାଇଁ ସ୍ଥାନ ଚିହ୍ନଟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା); ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ୨୦ଶଯ୍ୟ ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ସ୍ଥାନ ଚିହ୍ନଟ ହୋଇଥିବା ଜଣାପଡିଛି । ସଂମ୍ପୂର୍ଣ୍ଣ ବିଦେଶୀ ଜ୍ଞାନ କୌଶଳ ଅନୁଯାୟୀ ଫାଇବର ଓ ପ୍ଲାଷ୍ଟିମ ମିଶ୍ରିତରେ ଉକ୍ତ ହସ୍ପିଟାଲଟି ନିର୍ମାଣ ହେବ ବୋଲି ପ୍ରାଥମିକ ଭାବେ ଜଣାପଡିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ଦିନବନ୍ଧୁ ସାହୁ ଓ ମାନସ କୁମାର ଖରା କ୍ଷେତ୍ର ପରିଦର୍ଶନ କରିଛନ୍ତି । କୋଭିଡ ହସ୍ପିଟାଲ ନିର୍ମାଣ ସମ୍ପର୍କରେ ଉପସ୍ଥିତ ଥିବା ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କ ସହିତ ରାଜ୍ୟ ଅଧିକାରୀ ଦ୍ୱୟ ବିଭିନ୍ନ ଆଲୋଚନା କରିଥିଲେ । ଏଥିରେ ଡାକ୍ତର ଦେବାଶିଷ ମହାରଣା, ଡିପିଏମ ସରିତା ମହାପାତ୍ର, ବିପିଏମ ରଶ୍ମିରେଖା ପୃଷ୍ଟି , ସୁପରଭାଇଜର ମନୋରଞ୍ଜନ ରାଉତ, ଲଲାଟ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ