କୋଭିଡ-୧୯ର ନିୟମକୁ ଖୁଲମ ଖୁଲା ଭଙ୍ଗ କରୁଛି ଘଟଗାଁ ପେଟ୍ରୋଲ ଟାଙ୍କି
ଘଟଗାଁ,(ନାରାୟଣ ପଲାଇ):ବର୍ତମାନ କରୋନା ପାଇଁ ବିଶ୍ୱର କୋଣ କୋଣରେ ଥିବା ଲୋକମାନେ ଆତଙ୍କିତ ହୋଇ ରହିଥିବା ବେଳେ ପ୍ରତ୍ୟେକ ଦେଶର ସରକାର କୋଡିଡ-୧୯ ପାଇଁ ସ୍ୱତସ୍ତ୍ର ଗାଇନ ଲାଇନ ପ୍ରଣୟମ କରିଛନ୍ତି । ସେହିପରି ଆମ ଭାରତବର୍ଷରେ ମଧ୍ୟ କୋରୋନା ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ମିଶି କେତେ ଗୁଡିଏ ନିୟମ ବାଧ୍ୟତାମୂଳକ ଭାବେ ପ୍ରଣୟନ କରିଛନ୍ତି । ଆଉ ଯେଉଁ ବ୍ୟକ୍ତି ନିୟମକୁ ଅବମାନନା କରିବ ତାଙ୍କର ଫାଇନ ଆଦାୟ କରିବା ସହିତ ଭୁଲ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଅଛି । ତେବେ ଏଭଳି କଡା ନିୟମ ଥାଇ ମଧ୍ୟ ଏବେବି ଅନେକ ସ୍ଥାନରେ କୋଭିଡ-୧୯ର ନିୟମକୁ ଖୁଲମ ଖୁଲା ଉଲଂଘନକରାଯାଉଥିବା ଦେଖିବାକୁ ମିଳୁଛି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳୁଛି ଘଟଗାଁ ପେଟ୍ରୋଲ ଟାଙ୍କିରେ । ଖବର ଅନୁସାରେ ସରକାରଙ୍କ ନିୟମ ଅନୁଯାୟୀ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ଦେଉଥିବା କର୍ମଚାରୀ ଓ ସାଧାରଣ ଲୋକ ଉଭୟ ମୁହଁରେ ମାସ୍କ ଲଗାଇବା କଥା ଏବଂ ସାମାଜିକ ଦୂରତା ବଜାୟ ରଖି ପେଟ୍ରୋଲ ଦେଣ ନେଣ କରିବା କଥା । କିନ୍ତୁ ଏହାର ବ୍ୟତିକ୍ରମ ଦେଖାଦେଇଛି ଘଟଗାଁ ପେଟ୍ରୋଲ ଟାଙ୍କିରେ । ଏଠାରେ ସାଧାରଣ ଲୋକ ମାସ୍କ ପିନ୍ଧିବା ସହିତ କୋଭିଡ-୧୯ର ନିୟମ ମାନୁଛନ୍ତି କିନ୍ତୁ ତେଲ ଟାଙ୍କି କର୍ମଚାରୀ ଖୁଲମଖୁଲା ନିୟମକୁ ଭଙ୍ଗ କରୁଥିବା ବିଗତ କିଛିଦିନ ହେବ ଅଭିଯୋଗ କରିଆସୁଥିଲେ ସାଦାରଣ ଲୋକେ । ଲୋକଙ୍କ ପାଖରୁ ଅଭିଯୋଗ ପାଇବା ପରେ ଏ ସମ୍ବନ୍ଧରେ ତଦାରଖ କରିବା ପାଇଁ ଆମ ପ୍ରତିନିଧି ଉକ୍ତ ପେଟ୍ରୋଲ ଟାଙ୍କିକୁ ଯାଇଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ନଳିନିକାନ୍ତ ପଲେଇ ଏବଂ ନିମାଇଁ ଚରଣ ବେହେରା ନାମକ ଦୁଇଜଣ କର୍ମଚାରୀ ସ୍ପଷ୍ଟ ଭାବେ ଖୁଲମଖୁଲା ନିୟମକୁ ଅବମାନନା କରୁଥିବାର ସ୍ପଷ୍ଟ ଚିତ୍ର୍ର ନିଜ ମୋବାଇଲରେ କଏଦ କରିଥିଲେ । ଆମ ପ୍ରତିନିଧି ମାସ୍କ ନପିନ୍ଧି କିଭଳି ତେଲ ଦିଆଯାଉଛି ବୋଲି ପ୍ରଶ୍ନ କରିବାରୁ ଆମ ପ୍ରତିନିଧିଙ୍କ କଥା ନଶୁଣି ତେଲ ଦେବାରେ ବ୍ୟସ୍ଥ ରହିଥିଲେ । ତେବେ ଏଭଳି ନିୟମ ଅବମାନନା କରୁଥିବା ଘଟଣା ସମ୍ବନ୍ଧରେ ପେଟ୍ରୋଲ ଟାଙ୍କି ମାଲିକଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ ଉକ୍ତ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଆମେ ଘଟଗାଁ ତହସିଲ୍ଦାର ଶ୍ରୀଯୁକ୍ତ ଜନକ କୁମାର ନାଏକଙ୍କୁ ଅବଗତ କରାଇବାରୁ ସେ ଘଟଣାଟିକୁ ତଦାରଖ କରିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏଭଳି ଅନେକ ଥର ଅଭିଯୋଗ ହୋଇଥିଲେ ହେଁ ପେଟ୍ରୋଲ ଟାଙ୍କି ଉପରେ ପ୍ରଶାସନର ଦୃଷ୍ଟି ପଡିବ କେବେ ? ଏଭଳି ଖୁଲମଖୁଲା ନିୟମ ଭାଙ୍ଗୁଥିବା ଘଟଗାଁ ପେଟ୍ରୋଲ ଟାଙ୍କି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କେବେ ? ଏଭଳି ଅନେକ ପ୍ରଶ୍ନ ସାଧାରଣ ଜନତାଙ୍କ ମୁହଁରେ ଉଙ୍କି ମାରୁଛି । ଆହୁରି ମଧ୍ୟ ଯେଉଁଭଳି ଭାବରେ ନିୟମକୁ ଭଙ୍ଗ କରିବାରେ ଲାଗିଛି ପେଟ୍ରୋଲ ଟାଙ୍କିଟିକୁ ସିଲ୍ କରିବା ପାଇଁ ପ୍ରଶାସନ ନିକଟରେ ସ୍ଥାନୀୟ ବୁଦ୍ଧିଜିବି ଏବଂ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ତାସହିତ ଉକ୍ତ ଟାଙ୍କି ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।