କୋରନା ଦୁଃଖ ଠାରୁ ବଳିଗଲା ଦାଦନ ନିର୍ଯାତନା ; ଜଙ୍ଗଲରେ ରହିଲେ ପ୍ରବାସୀ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କୋରନା ଦୁଃଖ ଠାରୁ ବଳିଗଲା ଦାଦନ ନିର୍ଯାତନା ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଝଗିରି ଗାଁର ବାରିକ ନାଇକ ନାମକ ଜଣେ ପ୍ରବାସୀ ଓଡ଼ିଆ ଙ୍କ ଦୁଃଖକଥା । ଗତ ଚାରି ତାରିଖରୁ ବାରିକ ଆସି ଗ୍ରାମ ନିକଟ ଜଙ୍ଗଲରେ ରହିଛନ୍ତି। ସେ ସୁଦୂର ଚେନ୍ନାଇ ରେ ରହି ଦିନ ମଜୁରିଆ ଶ୍ରମିକ ଭାବେ କାମ କରୁଥିଲେ। ହେଲେ କୋରନା ମାହାମରୀ ପାଇଁ ସେ ଚେନାଇରୁ ଟ୍ରେନରେ ଆସି ବ୍ରହ୍ମପୁର ରେ ପହଂଚି ଥିଲେ।ସେଠାରୁ ବସ ଯୋଗେ ନିଜ ଭଞ୍ଜନଗର ବ୍ଲକରେ ପହଂଚି ଥିଲେ।ପହଞ୍ଚିବା ପରେ ସେ ସ୍ଥାନୀୟ ବିଡ଼ିଓ ଓ ସରପଞ୍ଚ ଙ୍କୁ ଯୋଗା ଯୋଗ କରିଥିଲେ କିନ୍ତୁ ସେଠାରେ ବ୍ଳକ ପ୍ରଶାସନ କିମ୍ବା ସରପଞ୍ଚ ଙ୍କ ତରଫରୁ କୌଣସି ସହାୟତା ମିଳିନଥିଲା।ସେଠାରୁ କୌଣସି ସୁବିଧା ନପାଇବାରୁ ସେ ଚାଲି ଚାଲି ନିଜ ଗାଁ କୁ ଆସିଥିଲେ।କିନ୍ତୁ ଗାଁ ଲୋକେ ଗ୍ରାମ ଭିତରକୁ ପ୍ରବେଶ କରିବାକୁ ବିରୋଧ କରିବା ସହ ପ୍ରତିବାଦ କରିଥିଲେ। ଫଳରେ ସେ ଗ୍ରାମ ନିକଟସ୍ଥ ଜଙ୍ଗଲରେ ରହିବାକୁ ବାଧ୍ୟ ହୋଇଥିଲେ । ସୂଚନା ପାଇଁ ସେଠାକାର ଅଙ୍ଗନବାଡି ଦିଦି ଓ ସରପଞ୍ଚ ପ୍ରତିନିଧି ପହଂଚି ସଂଗରୋଧ କେନ୍ଦ୍ର ଯିବାକୁ କହିଥିଲେ। କିନ୍ତୁ ଯୁବକ ଜଣଙ୍କ ଦୁଇଦିନ ହେଲା କିଛି ନଖାଇ ମାନସିକ ଭାରସାମ୍ୟ ହରାଇ ସଂଗରୋଧ କେନ୍ଦ୍ରକୁ ଯିବାକୁ ମନା କରିବା ସହ ସରପଞ୍ଚ ପ୍ରତିନିଧି ଓ ଅସାଦିଦି ଙ୍କୁ ଗାଳିଗୁଲଜ କରିଥିଲେ ପ୍ରବାସୀ ଜଣକ। ସୂଚନା ପାଇ ଘଟଣା ସ୍ଥଳରେ ଆଜି ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଓ ବ୍ଲକ କର୍ମଚାରୀ ପହଞ୍ଚି ପ୍ରବାସୀ ଫେରନ୍ତା ଯୁବକକୁ ଉଦ୍ଧାର କରିବା ସହ ନିକଟସ୍ଥ ବିଂଝଗିରି ସଙ୍ଗରୋଧ କେନ୍ଦ୍ରକୁ ପଠାଇଛନ୍ତି। ଏ ନେଇ ଆମେ ବିଡ଼ିଓ ଅନିଲ କୁମାର ସେଠୀ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଉଭୟ ବାପା ଓ ପୁଅ ଚେନ୍ନାଇରୁ ଆସି ଭଞ୍ଜନଗରରେ ପହଞ୍ଚିବା ପରେ ଉଭୟଙ୍କୁ ଜିଲୁଣ୍ଡି ସଂଘରୋଧ କେନ୍ଦ୍ରକୁ ପଠାଯାଇଥିଲା। ହେଲେ ବାଟରେ ବାରିକ ଗ୍ରାମକୁ ପଳେଇ ଆସିଥିବା ବେଳେ ତାଙ୍କ ପୁଅ ଜିଲୁଣ୍ଡି ସଂଘରୋଧ କେନ୍ଦ୍ରରେ ଅଛନ୍ତି। ବର୍ତ୍ତମାନ ବାରିକ ଗ୍ରାମ ସଂଘରୋଧ ରେ ରହି ନିଶାଦ୍ରବ୍ୟ ସେବନ କରି ବିଶୁଙ୍ଖଳା ସୃଷ୍ଟି କରୁଥିବାରୁ ତାଙ୍କୁ ମୁଜାଗଡ଼ ସଂଘରୋଧ କୁ ସ୍ଥାନାନ୍ତର କରାଯିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ