କ୍ୱାରାଣ୍ଟାଇନ ସେଣ୍ଟରରେ ଯୁବତୀଙ୍କୁ ଅସଦାଚରଣ ମାମଲାରେ ଯୁବକଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିର ଏକ କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଥିବା ଜଣେ ଯୁବତୀଙ୍କୁ ସେଠାକାର ଜଣେ ଯୁବକ ସୋମବାର ଦିନ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଅଟକରଖି ପଚରାଉଚରା କରୁଥିଲା l ଘଟଣାରେ ସତ୍ୟତା ରହିଥିବା ଯୁବକ ସ୍ବୀକାର କରିବା ପରେ ପୋଲିସ ତାଙ୍କୁ ବୁଧବାର ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଲେ ବ୍ରାହ୍ମଣୀଗାଁ ଥାନା ଦାଦରବାଡ଼ି ଗ୍ରାମର ସିମାଞ୍ଚଳ ମଲ୍ଲିକ। ସିମାଞ୍ଜଳ ମହାରାଷ୍ଟ୍ରରେ ରହି ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଏବେ ଲକ୍‌ଡାଉନ ଯୋଗୁ ସେଠାରୁ ଫେରି ଦାରିଙ୍ଗବାଡ଼ି କ୍ୱାରାଣ୍ଟାଇନରେ ରହୁଥିଲେ। ସୋମବାର ଭୋରରେ ଯୁବତୀ କ୍ୱାରାଣ୍ଟାଇନ ସେଣ୍ଟରର ଉପର ମହଲାରୁ ତଳକୁ ଶୌଚପାଇଁ ଯାଇଥିବା ବେଳେ ପୂର୍ବରୁ ସେଠାରେ ଛପି ରହିଥିବା ସିମାଞ୍ଚଳ ତାଙ୍କୁ ଅସଦାଚରଣ କରିଥିଲେ। ପାଟି ଶୁଣି ଅନ୍ୟ ପ୍ରବାସୀ ଏବଂ ସିକ୍ୟୁରିଟି ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ