ହୋମ୍ କ୍ୱାରାଣ୍ଟାଇନ ନିୟମ ମାନୁନାହାନ୍ତି ସଙ୍ଗରୋଧ କେନ୍ଦ୍ର ଫେରନ୍ତା : ଗ୍ରାମବାସୀ ଆଶଙ୍କାରେ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିବା ଫଳରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯାଇ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ଫେରାଇ ଆଣିବାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ଉଲ୍ଲେଖନୀୟ । ଦେଶରେ ୪ର୍ଥ ପର୍ଯ୍ୟାୟ ଏକଡ଼ାଉନ ବଳବତର ରହିଥିବା ବେଳେ ଏଯାବତ୍ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କ ଆଗମନ ଜାରି ରହିଛି । ସରକାରଙ୍କ ନିୟମାନୁସାରେ ପ୍ରବାସୀ ଓନିଆ ମାନେ ବାହାର ରାଜ୍ୟରୁ ନିଜ ନିଜ ଭିଟାମାଟିକୁ ଫେରିବା ପରେ ୧୪/୨୧ ଦିନ ଲେଖାଏଁ ସଙ୍ଗରୋଧ କେନ୍ଦ୍ରରେ ଅତିବବାହିତ କରିବା ପରେ ପ୍ରଶସନ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇ ଘରକୁ ଫେରିବା ସକାଶେ ଅନୁମତି ପ୍ରଦାନ କରାଯାଇଛି । ବିଦାୟ ସମୟରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ୭ ଦିନ ସକାଶେ ହୋମ କ୍ୱାରାଂଟିନରେ ରହିବା ସହ ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ବ୍ୟବହାର କରିବା ସକାଶେ ପରାମର୍ଶ ଦିଆଯାଇଥିଲା । ହେଲେ ଘରକୁ ଫେରିବା ପରେ ପ୍ରଶଷାସର ପରାମର୍ଶକୁ ଖୋଲାଖୋଲି ଉଲଂଘନ କରୁଥିବା ଦେଖିବାକୁ ମିଳୁଛି । ଫଳରେ ଗ୍ରାମବାସୀ ଏହାକୁ ନେଇ ଆଶଙ୍କାରେ ରହିଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ଫେରିଥିବା ପ୍ରବାସୀଙ୍କ ସ୍ୱାବ୍ ମଧ୍ୟ ପରୀକ୍ଷା କରାଯାଇନଥିବା ଜଣାପଡ଼ିଛି । ଫଳରେ ନିକଟ ଭବିଷ୍ୟତରେ ବିପଦଜନକ ପରିସ୍ଥିତି ସୃଷ୍ଟି ହେବା ସହ ଗୋଷ୍ଠୀ ସଂକ୍ରମଣ ଆଶଭ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର କିଛି ଅମାନିଆ ପ୍ରବାସୀ ସମସ୍ତ ନିୟମକୁ ଖୋଲାଖୋଲି ଉଲଂଘନ କରି ସଂପୃକ୍ତ ଗ୍ରାମର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ମେଳି ବାନ୍ଧି ଖଟି କରୁଥିବାର ଦେଖିବାକୁ ମିଳୁଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଗୋଷ୍ଠୀ ସଂକ୍ରମଣରେ ପରିୀଣତ ହେବା ପୂର୍ବରୁ ସ୍ଥାନୀୟ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଅଂଚଳର ବୁଦ୍ଧିଜୀବି ଦାବି କରିଛନ୍ତି । ଅନ୍ୟପକ୍ଷରେ ପ୍ରବାସୀ ମାନେ ସଙ୍ଗରୋଧ କେନ୍ଦ୍ର ପରିତ୍ୟାଗ କରି ଘରକୁ ପର୍ତ୍ୟାବର୍ତନ କରିବା ପରେ ସଂପୃକ୍ତ ସଙ୍ଗରୋଧ କେନ୍ଦ୍ରକୁ ସାନିଟାଇଜ ନକରି ପୁଣି ଥରେ ନୂତନ ପ୍ରବାସୀଙ୍କୁ ସଂପୃକ୍ତ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାପିତ କରାଯାଉଥିବା ଅଭିଯୋଗ ହେଉଛି ।


