କ.ନୂଆଗାଁରେ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନ ମୁଦ୍ରଣ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବଜାର ଠାରେ ନିର୍ମାଣଧୀନ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନ ମୁଦ୍ରଣ ଉତ୍ସବ ପାଇଁ ପରିଚାଳନା କମିଟି ପକ୍ଷରୁ କଞ୍ଜାମେଣ୍ଡି ପଞ୍ଚାୟତର ବିଭିନ୍ନ ଓ୍ଵାର୍ଡରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି କୃଷ୍ଣ ମୋହନ ପାଣିଗ୍ରାହୀ ସଭାପତିତ୍ବ କରି ଗୁଣ୍ଡିଚା ମନ୍ଦିର, ଜଗନ୍ନାଥ ମନ୍ଦିର ଓ ପାର୍ଶ୍ଵ ଦେବାଦେବୀ ମନ୍ଦିର ଗୁଡ଼ିକର ରତ୍ନ ମୁଦ୍ରଣ କରାଯାଉଥିବା ବେଳେ କେବଳ କଲ୍ୟାଣ ମଣ୍ଡପ ଓ ଦୂର୍ଗା ମଣ୍ଡପର ପ୍ରତିଷ୍ଠା ଚଳିତ ଜାନୁଆରୀ ୨୬ ତାରିଖରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ କରାଯିବା ପାଇଁ ମତ ପ୍ରକାଶ କରି ସମସ୍ତଙ୍କ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଦ୍ଵାରା ଆହୁତ କଞ୍ଜାମେଣ୍ଡି ପଞ୍ଚାୟତର ନେଡ଼ିଗୁଡ଼ା, ଚଣାପଦର,ପୁରୁଣା ନୂଆଗାଁ, ଡପାରଗାଁ,ଗୁରୁମାହା, ରାଜଘରା, ଗହିଙ୍ଗିଆ ଓ କଞ୍ଜାମେଣ୍ଡି ଠାରେ ହୋଇଥିବା ବୈଠକରେ ଦଳ ମତ ନିର୍ବିଶେଷରେ ସମର୍ଥନ ଜଣାଇ ରତ୍ନ ମୁଦ୍ରଣ କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବାକୁ ମତ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ସହ ଜଗନ୍ନାଥ ପଞ୍ଚ ରାତ୍ରି ପାରାୟଣ ଓ ପ୍ରବଚନ, ଚବିଶି ପ୍ରହର ନାମ ଯଜ୍ଞ ଓ ଭିନ୍ନକ୍ଷମ ମାନଙ୍କ ତରଫରୁ ଭଜନ ସମାରୋହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର ହୋଇଛି। ଏହି ପ୍ରସ୍ତୁତି ବୈଠକରେ ସଭାପତି କୃଷ୍ଣ ମୋହନ ପାଣିଗ୍ରାହୀ,ଉପ ସଭାପତି ପଣ୍ଡିତ କୁମାର ବିଶିମାଝି, ସଂପାଦକ ଧବଳେଶ୍ଵର ପାତ୍ର, ଜିଲ୍ଲା ପରିଷଦ ସଦସ୍ଯା ଅନିତା ମଲ୍ଲିକ, ବରିଷ୍ଠ ସଦସ୍ୟ ଗୁରୁରାମ ପାତ୍ର, ସୁବାସ ଚନ୍ଦ୍ର ମହାରଣା, ରଞ୍ଜିତ କୁମାର ପଣ୍ଡା, କୋଷାଧ୍ୟକ୍ଷ ପ୍ରଭାତ କୁମାର ପାଣିଗ୍ରାହୀ, ବିଜୟ କୁମାର ସାହୁ, ଚିତ୍ତରଞ୍ଜନ ପାତ୍ର, ଶୁଶିଲ କୁମାର ପାତ୍ର, ସୁକାନ୍ତ କୁମାର ମହାପାତ୍ର, ମନୋଜ କୁମାର ସାହୁଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ