ଖଣିରେ ସ୍ଥାନୀୟ ନିଯୁକ୍ତିକୁ ନେଇ ଉତେଜନା;ଥାନାରେ ଏତଲା

ଯୋଡ଼ା,(ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ସିଲିଯୋଡ଼ା ଗ୍ରାମରେ ସ୍ଥାନୀୟ ନିଯୁକ୍ତିକୁ କେନ୍ଦ୍ର କରି ଉତେଜନା ଦେଖାଦେବା ସହ ମାଡପିଟ ଘଟଣା ଘଟିଥିବା ଜଣାପଡିଛି । ପୋଲିସ ପାଖରେ ହୋଇଥିବା ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ,ସିଲିଯୋଡା ଗ୍ରାମର ସୁଶାନ୍ତ କୁମାର ଖିଲାର ତାଙ୍କ ପରିବାର ସହିତ ଘରେ ଥିବା ବେଳେ ଶୁକ୍ରବାର ଦିନପ୍ରାୟ ୧୨ ଘଟିକା ସମୟରେ ପ୍ରାୟ ୨୫ ରୁ ଉର୍ଦ୍ଧ୍ୱ ଯୁବକ ମୁହଁରେ ନାଲି ମୁଖା ପିନ୍ଧି ଆସି ସଂଘବଦ୍ଧ ହୋଇ ସୁଶାନ୍ତ ଖିଲାରଙ୍କୁ ଘରୁ ବାହାରକୁ ଡାକି ଆଣି ଅଚାନକ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କ ସ୍ତ୍ରୀଙ୍କୁ ଅଶାଳୀନ ବ୍ୟବହାର ଓ ତାଙ୍କ ମାଙ୍କୁ ମାଡ ମାରିଥିଲେ ଏବଂ ତାଙ୍କ ସାଙ୍ଗ ନିର୍ମଳ ପ୍ରଧାନ ସେମାନଙ୍କୁ ବାରଣ କରିବାରୁ ତାଙ୍କୁ ମଧ୍ୟ ମାଡ ମାରି ଆହତ କରିଦେଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସରେ ଜଣାଇଲେ ଘର ଜାଳିଦେବା ସହ ଜୀବନରୁ ମାରି ଦେବାର ଧମକ ଦେଇ ଲାଲ ସଲାମ ଜିନ୍ଦାବାଦ,ମାଓବାଦୀ ଜିନ୍ଦାବାଦ ଅଞ୍ଚଳରେ ନାରା ଦେଇ ଚାଲିଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ସ୍ଥାନୀୟ ଖଣିରେ ନିଯୁକ୍ତିକୁ କେନ୍ଦ୍ର କରି ହୋଇଥିବା ସୂତ୍ରରୁ ଜଣାପଡିଛି । ତେଣେ ବାମେବାରୀ ଥାନା ଅଧିକାରୀ ଅମିତାଭ ଦାସ ମାଓବାଦୀ ଘଟଣାକୁ ଅସ୍ୱୀକାର କରିବା ସହିତ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି । ଘଟଣାସ୍ଥଳକୁ ମଧ୍ୟ ପୋଲିସ ଯାଇ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି । ଆହତ ହୋଇଥିବା ସୁଶାନ୍ତ ଖିଲାର ଓ ବଳଦା ଗ୍ରାମ ପଞ୍ଚାୟତର ସିଲିଯୋଡା ଗ୍ରାମର ୭ ନଂ ୱାର୍ଡ ମେମ୍ବର ନରେନ୍ଦ୍ର ନାଏକ କହିଛନ୍ତି ଯେ ବାହାର ଅଞ୍ଚଳରୁ ଲୋକଙ୍କୁ ଆଣି ଖଣିରେ ନିଯୁକ୍ତି ଦେଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଯୁବକ ମାନଙ୍କୁ ନିଯୁକ୍ତି ଦିଆଯାଉନାହିଁ ଏବଂ ସ୍ଥାନୀୟ ସିଲିଯୋଡା ଖଣିରେ ଅଣଓଡିଆ ଠିକାଦାରଙ୍କୁ ଠିକାଦେଇ ସ୍ଥାନୀୟ ନିଯୁକ୍ତିକୁ ଉପେକ୍ଷା କରାଯାଉଥିବା ହେତୁ ସ୍ଥାନୀୟ ଯୁବକ ମାନେ ସ୍ୱର ଉତୋଳନ କରିବାରୁ ସେଠାକାର କିଛି ଗୁଣ୍ଡା ଶ୍ରେଣୀର ଲୋକ ଏହି ମରଣାନ୍ତକ ଆକ୍ରମଣ କରିଥିବା ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ