ଖଣି କମ୍ପାନୀର ପ୍ରତିଶ୍ରୁତି ପାଲଟିଲା ପ୍ରତାରଣା

ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ସହରର ୱାର୍ଡ ନମ୍ବର ୧୧,୧୨,୧୩ର ବାଂଶପାଣି କୁଦୁରୁସାହିର ସ୍ଥାୟୀ ବାସିନ୍ଦାମାନେ ସ୍ଥାନୀୟ ଏନ୍‌ଆଇପିଏଲ କମ୍ପାନୀରେ ନିଯୁକ୍ତି ଦାବିକରି ସହଯୋଗ ନିମନ୍ତେ ଯୋଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଉକ୍ତ ୱାର୍ଡବାସୀ ମାନେ ଦସ୍ତଖତ ସମ୍ବଳିତ ଏକ ଲିଖିତ ଅଭିଯୋଗପତ୍ର ଯୋଡା ଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ସେମାନେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଏନଆଇପିଏଲ୍ କମ୍ପାନୀ ଦୀର୍ଘ ଏକ ବର୍ଷ ହେବ ସ୍ଥାନୀୟ ଅଂଚଳରେ ନିଜର ଖଣି ଉତୋଳନ କାର୍ଯ୍ୟ କରୁଅଛି । ଏହି କମ୍ପାନୀ ତାର ବିଭିନ୍ନ କାର୍ଯ୍ୟରେ ତଥା ଉତୋଳନ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲା, ମାତ୍ର ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନଦେଇ ଅଣଦେଖା କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । କମ୍ପାନୀ କର୍ତୃପକ୍ଷ ନିଜର ପ୍ରତିଶ୍ରୁତି କୁ ଭୁଲି ଉତୋଳନ କାର୍ଯ୍ୟରେ ଲୋକଙ୍କୁ ନିଯୁକ୍ତି ନଦେଇ ବାହାର ଅଂଚଳର ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦେଇଥିବା ସ୍ଥାନୀୟ ଲୋକେ ଜାଣିପାରି କମ୍ପାନୀ କର୍ତୃପକ୍ଷଙ୍କୁ ଜଣାଇଥିଲେ । କମ୍ପାନୀ କର୍ତୃପକ୍ଷ ସେମାନଙ୍କୁ ଗାଳିଗୁଳଜ କରିବା ସହିତ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି । ସ୍ଥାନୀୟ ଲୋକେ ଶ୍ରମିକ ଭାବେ କାର୍ଯ୍ୟକରି ନିଜର ପରିବାର ପ୍ରତିପଷଣ କରନ୍ତି । ମାତ୍ର କମ୍ପାନୀର ଶ୍ରମିକ ମାରଣନିତି ଯୋଗୁଁ ବେରୋଜଗାର ହୋଇଥିବା ଅଂଚଳବାସୀ ନିଯୁକ୍ତି ନପାଇଲେ ୧୧,୧୨,୧୩ ନଂ ୱାର୍ଡ ଓ ଆଖପାଖ ଅଂଚଳବାସୀ ଆନ୍ଦୋଳନ କରିବେ ବୋଲି ତାଙ୍କ ଲିଖିତ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଯୋଡା ପୌରପାଳିକାର ପୂର୍ବତନ କାଉନସିଲର ସୁରେନ୍ଦ୍ର ମୁଣ୍ଡା ଏବଂ ଆଦିବାସୀ ଭିଲେଜ ଡେଭଲପମେନ୍‌ଟ କର୍ପୋରେଟିଭ୍ ସୋସାଇଟି ର ସଭାପତି ରାମ ମୁଣ୍ଡା, ପୁନମ ମୁଣ୍ଡା ପ୍ରମୁଖ ଲିଖିତ ଭାବେ ଯୋଡା ଥାନା ଅଧିକାରୀଙ୍କ ଠାରେ ନିବେଦନ କରିଛନ୍ତି । ଏ ନେଇ କମ୍ପାନିର କୌଣସି ଅଧିକାରୀଙ୍କ ମତାମତ ମିଳିପାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ