ଖଲ୍ଲିକୋଟ ଏକକ ବିଶ୍ବିଦ୍ୟାଳୟରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଉଦଯାପିତ

ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଶକ୍ତିଶ୍ରୀ ସେଲ ଆନୁକୂଲ୍ୟରେ ଛାତ୍ରୀମାନଙ୍କର ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ଉଦଯାପନୀ ପର୍ବ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ଏକ ସପ୍ତାହ ଧରି ଚାଲିଥିବା ଏହି ଆତ୍ମସୁରକ୍ଷା କାର୍ଯ୍ୟକ୍ରମରେ ଝାନ୍ସୀରାଣୀ କରାଟେ ଏକାଡେମୀର ପ୍ରଶିକ୍ଷକ କରାଟେ ବ୍ଲାକବେଲ୍ଟ ଶ୍ରୀ ପିମ୍ପୁନା କୁମାର ସାହୁ ଯୋଗ ଦେଇ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା କୌଶଳ ସମ୍ପର୍କରେ ତାଲିମ୍ ପ୍ରଦାନ କରିଥିଲେ l ଉଦଯାପନୀ ପର୍ବରେ ତାଲିମ୍ପ୍ରାପ୍ତ ଛାତ୍ରୀମାନେ ହାତରେ ଇଟା ଭାଙ୍ଗି ନିଜର କୃତିତ୍ୱ ପ୍ରଦର୍ଶନ କରିଥିଲେ l ପ୍ରଶିକ୍ଷକ ଶ୍ରୀ ସାହୁ ଇଟା ଓ ବରଫ ଖଣ୍ଡକୁ ହାତରେ ଭାଙ୍ଗି ସମସ୍ତଙ୍କୁ ଚମତ୍କୃତ କରିଥିଲେ l ଏହି କାର୍ଯକ୍ରମଟି ଶକ୍ତିଶ୍ରୀ ସେଲର ସଂଯୋଜିକା ଡ. ଅନ୍ନପୂର୍ଣ୍ଣା ସାହୁଙ୍କ ତତ୍ତ୍ଵlବଧାନ ରେ ଆୟୋଜିତ ହୋଇଥିଲା l ଆଜି ଅନ୍ତିମ ଦିବସରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ, ଆଇ. ସି. ସି. ର ଅଧ୍ୟକ୍ଷା ଡ. ଉଷାରାଣୀ ରଥ, ଶକ୍ତିଶ୍ରୀ ସେଲର ସଦସ୍ୟ ଡ. ସୁସ୍ମିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ