ସ୍ୱାୟତ୍ତ ଶାସନ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଏନ୍ଏସି ପକ୍ଷରୁ ଅଗଷ୍ଟ ୩୧ ରେ ପାଳନ ହେବାକୁ  ଥିବା  ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଯାଇଛି । ଏନ୍ଏସି ସଭାଗୃହ ପରିସରରେ ଆୟୋଜିତ ବୈଠକ ରେ ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ଅଧ୍ଯକ୍ଷତା କରିଥିଲେ । ବୈଠକରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର , ଉପାଧ୍ୟକ୍ଷା କେ . ପୂଜା , ଏମ.ପି ପ୍ରତିନିଧି ନିରୂପମା ପଟ୍ଟନାୟକଙ୍କ ସମେତ ସମସ୍ତ କାଉନସିଲର ଏବଂ ଏନ୍ ଏ ସି କର୍ମଚାରୀ ଉପସ୍ଥିତ ଥିଲେ ‌। ଏହି ଅବସରରେ କ୍ରୀଡା ପ୍ରତିଯୋଗିତା , ସମୂହ ସଫେଇ  , ବୃକ୍ଷରୋପଣ , ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ କରାଯିବ । ସେହିପରି ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ , ଗଳ୍ପ କଥନ ଓ ବତ୍କୃତା ପ୍ରତିଯୋଗୀତା କରାଯାଇ ପୁରସ୍କାର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ କାଉନସିଲର ନୀଳମାଧବ ଗୌଡ଼ ,ସୁଶାନ୍ତ ପାତ୍ର , ସୁନୀଲ ପଣ୍ଡା, ଜ୍ୟୋସ୍ନା ଜେନା,କାଉନସିଲର ପ୍ରତିନିଧି ରମେଶ ଚନ୍ଦ୍ର ଜେନା,ରଞ୍ଜିତ ବେହେରା, ଇ.ଶଙ୍କର,ଅବସରପ୍ରାପ୍ତ କର୍ମଚାରୀ ସଂଘ ର ସମ୍ପାଦକ କେ.ନାଗେଶ୍ଵର ରାଓ, ସୁବାସ ପାଢ଼ୀ, ଦନାର୍ଦ୍ଦନ ପଣ୍ଡା,  ଅବସରପ୍ରାପ୍ତ ଅଧ୍ୟାପକ ଡ଼.ପ୍ରକାଶ ପାଣିଗ୍ରାହୀ, ଶିକ୍ଷକ କାଳୁ ଚରଣ ପାଣିଗ୍ରାହୀ,ସୁବାସ ସାହୁ,ଶିଶିର ପଣ୍ଡା,ପୂର୍ବତନ କାଉନସିଲର ଏମ.ବାଇନାଥ ଙ୍କ ସମେତ ଅନ୍ୟାନ୍ୟ କାଉନସିଲର ଏବଂ ବିଭିନ୍ନ ବିଦ୍ଯାଳୟର  ଶିକ୍ଷୟିତ୍ରୀ ଶିକ୍ଷକ , ସିଆରସିସି , ବରିଷ୍ଠ ନାଗରିକ, ଅଙ୍ଗନୱାଡ଼ି କର୍ମୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ