ଖେମୁଣ୍ଡି ତାଲୁକା ଯାଦବ ସମାଜର ମହାସଭା ଉଦଯାପିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କଲ୍ୟାଣପୁର ତୋଟା ଛକ ରେ ଥିବା ଯାଦବ ସମାଜ ସଭାଗୃହ ରେ ଗୁରୁବାର ଖେମୁଣ୍ଡି ତାଲୁକା ଯାଦବ ସମାଜ ପକ୍ଷରୁ ଆୟୋଜିତ ୫ ମ ମହାସଭା ଉଦଯାପିତ ହୋଇଯାଇଛି ।ଏହି ମହାସଭା ୨ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା । ଏଥିରେ ସମୁଦାୟ ୪୮ ଟି ଗ୍ରାମର ପ୍ରାୟ ୪ ହଜାର ୫ ଶହ ପରିବାର ର ସଦସ୍ୟ ମାନେ ଉପସ୍ଥିତ ଥିଲେ। ମହାସଭାର ପ୍ରଥମ ଦିବସରେ ହୋମଯଜ୍ଞ ଓ ନାମ ସଂକୀର୍ତ୍ତନ କରାଯାଇଥିଲା। ହୋମ ଯଜ୍ଞରେ ବି. ସେନେୟା ପାତ୍ର କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିଲେ। ଉକ୍ତ ମହାସଭା ରେ ଆଗାମୀ ୫ ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।ନିଖିଳ ଉତ୍କଳ ଯାଦବ ମହାସଂଘର ବହୁ କାର୍ଯ୍ୟକର୍ତ୍ତା  ଏହି ମହାସଭା ରେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଉଚ୍ଚତର ଶିକ୍ଷା ଓ ସାମାଜିକ ଚଳଣି କ୍ଷେତ୍ରରେ ଏହି ଯାଦବ ଜାତି ପଛୁଆ ରହିଛି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯାଦବ ଜାତି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି  ଦେବା ଜରୁରୀ  ବୋଲି ମହାସଭାର କର୍ମକର୍ତ୍ତାମାନେ ମତପୋଷଣ କରିଥିଲେ। ଉଦଯାପନୀ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୋଲା ନାଚ ଓ ପ୍ରହଲ୍ଲାଦ ନାଟକ ପରିବେଷଣ କରାଯାଇଥିଲା। ଶେଷରେ କର୍ମକର୍ତ୍ତା ଚୟନ କରାଯାଇଥିଲା। ମହାସଭା ର ସଭାପତି ଭାବେ ଏ. ଜଗନ୍ନାଥ ପାତ୍ର, ସମ୍ପାଦକ ବାବାଜୀ କନିୟାରୀ, ଉପସଭାପତି ଡ଼ି. ପ୍ରଫୁଲ୍ଲ କୁମାର ପାତ୍ର, କୋଷାଧକ୍ଷ ଏନ. ବିନାୟକ ପାତ୍ର, ସହ ସମ୍ପାଦକ କପିଳେଶ୍ଵର ପ୍ରଧାନ ଓ ଉପଦେଷ୍ଟା ଭାବେ ଏ. ବୁଦ୍ଧିଆ ପାତ୍ର ଙ୍କୁ ସର୍ବସମ୍ମତ କ୍ରମେ ମନୋନୀତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମହାସଭାର ବରିଷ୍ଠ ସଦସ୍ୟ କେ. ତ୍ରିନାଥ, ଜି. ବାଇରୀ, ଏ.  କାମରାଜୁ, ଏ. ଜଗନ୍ନାଥ, କେ.ଦଣ୍ଡ ପାତ୍ର, ଏ. ମାଲା ପାତ୍ର, ଜି. ସୀମା ପାତ୍ର, ଜି. ମାଗୁଣି, ବି. କୈଳାଶ, ଏ. ସିମାଞ୍ଚଳ ପାତ୍ର, ବି. ଭୀମ ପାତ୍ର  ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ