ଗଂଜାମ ଜିଲ୍ଳା ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା -୨୦୨୨-୨୩ ଉଦଯାପିତ 

ଛତ୍ରପୁର, (ଦେବଦତ୍ତ ମହାରଣା):ହକି ପୁରୁଷ ବିଶ୍ୱ କପ୍ -୨୦୨୩ ପ୍ରଚାର ପ୍ରସାର ଉଦ୍ଧେଶ୍ୟ ନେଇ ଶନିବାର ଠାରୁ ସ୍ଥାନୀୟ ଅନସ୍ଲୋ ସରକାରୀ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଚାଲିଥିବା ଗଂଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ୨୦୨୨-୨୩ ସୋମବାର ଉଦଯାପିତ ହୋଇଯାଇଛି l କାର୍ଯ୍ୟକ୍ରମ ର ସଭାପତି ତଥା ଜିଲ୍ଲାଶିକ୍ଷାଧିକାରୀ ବିନିତା କୁମାରୀ ସେନାପତିଙ୍କ ପୌରହିତ୍ୟରେ ଆୟୋଜିତ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ସୁକାନ୍ତ ମିଶ୍ର ଯୋଗଦେଇ କୃତି ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ସମ୍ନାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂଘର ଉପସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପରିଷଦର ନିର୍ବାହୀ ଯନ୍ତ୍ରୀ ଇଂ ମନୋଜ କୁମାର ବେହେରା, ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟର ବରିଷ୍ଠ ବୈଷୟିକ ପରାମର୍ଶ ଦାତା ନୀଳକଣ୍ଠ ସୁନ୍ଦରରାୟ, ହିଞ୍ଜିଳିକାଟୁ ବିଇଓ ଏସ .ଗିରିଧର ଙ୍କ ସମେତ ଅନ୍ୟ ବ୍ଲକ ର ବହୁ ବିଇଓ ମାନେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଗଂଜାମ ଜିଲ୍ଲାର ୮ଟି ଜୋନ ର ପ୍ରାୟ ୮୦୦ ରୁ ଉର୍ଦ୍ଧ୍ବ ୧୪ ରୁ ୧୭ ବର୍ଷର ବାଳକ ବାଳିକା ଖୋଖୋ ,କବାଡି ଠୁ ଆରମ୍ଭ କରି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ହୋଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ସମ୍ପାଦକ ତଥା ଜିଲ୍ଲା ଶାରୀରିକ ନିରୀକ୍ଷକ ଭାଗିରଥି ସ୍ୱାଇଁ ସଂଯୋଜନା କରିଥିବା ବେଳେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା କ୍ରୀଡା ଶିକ୍ଷକ/ ଶିକ୍ଷୟତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ l ଏହି ପ୍ରତିଯୋଗିତା ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଆଜି ଏହାର ଉଦଯାପନୀ ଦିବସରେ କବାଡି ଖେଳରେ ବାଳକ ବର୍ଗରେ ( ୧୭ ବର୍ଷ) ଛତ୍ରପୁର ଜୋନ ଚାମ୍ପିୟାନ ହୋଇଥିବା ବେଳେ ରଙ୍ଗେଈଲୁଣ୍ଡା ଜୋନ ରନରସିପ ହୋଇଥିଲା l ସେହିପରି ବାଳିକା ବିଭାଗରେ କବାଡି ଖେଳରେ ଆସ୍କା ଜୋନ ଚାମ୍ପିୟାନ ହୋଇଥିବା ବେଳେ ହିଞ୍ଜିଳିକାଟୁ ଜୋନ ରନରସିପ ହୋଇଥିଲା l ଖୋ ଖୋ ଖେଳ ପ୍ରତିଯୋଗିତା ରେ ବାଳକ ବର୍ଗରେ ଦିଗପହଣ୍ଡି ଜୋନ ଚାମ୍ପିୟାନ ହୋଇଥିବା ବେଳେ ଛତ୍ରପୁର ଜୋନ ରନରସିପ ହୋଇଥିଲା l ସେହିପରି ବାଳିକା ବର୍ଗରେ ଖୋ ଖୋ ଖେଳରେ ହିଞ୍ଜିଳିକାଟୁ ଜୋନ ଚାମ୍ପିୟାନ ହୋଇଥିବା ବେଳେ ଦିଗପହଣ୍ଡି ଜୋନ ରନରସିପ ହୋଇଥିଲା l ଏହା ସହିତ ବିଭିନ୍ନ ଖେଳରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗି ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ