ଅଜଣା ଗାଡି ଧକ୍କାରେ ପରିବା ବ୍ୟବସାୟୀଙ୍କ ମୃତ
ବନ୍ତ, (ଚାନ୍ଦିନୀ ମହାନ୍ତି):ସୋମବାର ବନ୍ତ ଥାନା ଅଧିନ ବନ୍ତ ଲକ୍ଷ୍ମୀ ବଜାର ଠାରେ ଏକ ଅଜଣା ଗାଡି ଧକ୍କାରେ ପରିବା ବ୍ୟବସାୟୀ ତଥା ଚଣ୍ଡିପୁର ଗ୍ରାମର ଜାହାଙ୍ଗୀର ଖାଁଙ୍କର ମୃତ୍ୟୁ ଘଟଛି । ପ୍ରକାଶ ଯେ, ଚଣ୍ଡିପୁର ଗ୍ରାମର ଜାହାଙ୍ଗୀର ଖାଁ ଦୀର୍ଘ ବର୍ଷ ହେବ ବନ୍ତ ଲକ୍ଷ୍ମୀ ବଜାର ଠାରେ ଏକ ପରିବା ଦୋକାନ କରି ପରିବାର ପ୍ରତିପୋଷଣ କରିଆସୁଥିଲେ । ପ୍ରତିଦିନ ପରି ସେ ଆଜି ଭୋର ୫ଟା ସମୟରେ ଦୋକାନ ଖୋଲିବା ପାଇଁ ଚାଲି ଚାଲି ଦୋକାନ ପାଖକୁ ଯାଉଥିବା ବେଳେ ଭଦ୍ରକରୁ ଆନନ୍ଦପୁର ଅଭିମୁଖେ ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ପଛ ପାଖରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପରିବାରବର୍ଗଙ୍କ ସମେତ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ôଚ ଶବକୁ ରାସ୍ତାରେ ରଖି ରାସ୍ତାରୋକ କରିଥିଲେ । ଦୀର୍ଘ ଘଣ୍ଟା ଧରି ରାସ୍ତା ରୋକ ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଆଇଆଇସି ଆଦିତ୍ୟ ପ୍ରସାଦ ଜେନା ଘଟଣା ସ୍ଥଳରେ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ତହସିଲଦାର ଅଙ୍କିତା ବାରିକ ଘଟଣା ସ୍ଥଳରେ ପହଞ୍ôଚ ପରିବାରବର୍ଗଙ୍କ ସହିତ ଆଲୋଚନା କରିବା ସହିତ ଜିଲା ରେଡ୍ କ୍ରସରୁ ୧୫ ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ । ଫଳରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ପରେ ରାସ୍ତାରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଖବର ପାଇ ବିଧାୟକ ପ୍ରତିିନିଧି ଇଂ.ପ୍ରୟାସକାନ୍ତି ସାମଲ ମୃତକ ପରିବାରଙ୍କୁ ସମବେଦନା ଜଣାଇବା ସହିତ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ । ପରେ ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଅଜଣା ଗାଡି ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛି । ମୃତ ଜାହାଙ୍ଗୀରଙ୍କର ୨ ଝିଅ, ୩ ପୁଅ ଥିବା ବେଳେ ଏବେ ତାଙ୍କ ମୃତ୍ୟୁରେ ସମସ୍ତେ ବେସାହାରା ହୋଇପଡିଛନ୍ତି । ଅପରପକ୍ଷେ ବନ୍ତ ବ୍ଲକ ଛକ ଠାରୁ ଜଳ ସେଚନ କାର୍ଯ୍ୟାଳୟ ଛକ ପର୍ଯ୍ୟନ୍ତ ଡିଭାଇଡର ବ୍ୟବସ୍ଥା କରାଯିବା ପରେ ରାସ୍ତା ସଂକୀର୍ଣ୍ଣ ହୋଇପଡିବା ସହିତ ରାସ୍ତାର ଗୋଟିଏ ପାଶ୍ୱର୍ରୁ ଅପରପାଶ୍ୱର୍କୁ ସାଧାରଣ ଲୋକଙ୍କ ସମେତ ଗାଡି ମଟର ଗୁଡିକ ଅତିକ୍ରମ କରିବା ବେଳେ ନାନାଦି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହୁଛନ୍ତି । ତେବେ ବଜାର ଅଞ୍ଚଳରେ ଅତି ଉଚ୍ଚତାର ଡିଭାଇଡର ବ୍ୟବସ୍ଥାକୁ ସ୍ଥାନୀୟ ଲୋକେ ନାପସନ୍ଦ କରିଛନ୍ତି ।


