ଗଂଜାମ ପୁଲିସ ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ପାଇଁନାମାଙ୍କନ ପତ୍ର ଦାଖଲ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗାଂଜମ ପୁଲିସ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ନିମନ୍ତେ ଆଜି ୨୨ଜଣ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା ୨୯ ତାରିଖରେ ସଂଘର କର୍ମକର୍ତ୍ତା ନିର୍ବାଚନ ରହିଥିବା ବେଳେ ୨୦ ଏବଂ ୨୧ ତାରିଖ ଦୁଇଦିନ ଧରି ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଧାର୍ଯ୍ୟ ରହିଛି । ୨୨ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ ୨୩ ତାରିଖ ପ୍ରାର୍ଥୀ ପତ୍ର ପ୍ରତ୍ୟାହର ରହିଛି । ସେହିପରି ଅକ୍ଟୋବର ୧ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣ ପାଇଁ ଦିନ ଧାର୍ଯ୍ୟ ରହିଛି । ଏହି ପରିପ୍ରେକ୍ଷୀରେ ଗଂଜାମ ପୁଲିସ ଜିଲ୍ଲାର ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି, ଉପସଭାପତି, ସଂପାଦକ, କୋଷାଧ୍ୟକ୍ଷ, ସହ ସଂପାଦକ-୧, ସହ ସଂପାଦକ-୨ ଏବଂ ୬ ଜଣ କାର୍ଯ୍ୟକାରୀ ସଦସ୍ୟ ପଦବୀ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲ ହୋଇଛି । ଉଭୟ ଗୋଷ୍ଠୀର ୧୧ ଜଣ ଲେଖାଁଏ ପ୍ରାର୍ଥୀ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଏସ୍ପି ପତି ତପାବନ ଚୌଧୂରୀଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଗୋଟିଏ ଗୋଷ୍ଠୀର ସଭାପତି ପଦବୀ ପାଇଁ ଅଭିମନ୍ୟୁ ଜାଲି, ଉପସଭାପତି ପାଇଁ ଆକାଶ କୁମାର ବେହେରା, ସଂପାଦକ ସୁବାସ ଚନ୍ଦ୍ର ସେଠୀ, କୋଷାଧ୍ୟକ୍ଷ ବଳରାମ ଜେନା, ସହ ସଂପାଦକ-୧ ପାଇଁ ଦୀପକ କୁମାର ସେଠୀ, ସହ ସଂପାଦକ-୨ କରୁଣାକର ମଲାଣ ଏବଂ କାର୍ଯ୍ୟକାରୀ ସଦସ୍ୟ ପାଇଁ ଜି.ଗଣେଶ ରାଓ, ନାରାୟଣ ଦାସ, ସୁରେଶ ପାଣି, ପ୍ରବୀଣ ଗୌଡ ଓ କେ.ଅନୀଲ କୁମାର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସେହିପରି ଅନ୍ୟ ଗୋଷ୍ଠୀର ସଭାପତି ପଦବୀ ପାଇଁ ଗୋରାଚାନ୍ଦ ତ୍ରିପାଠୀ, ଉପସଭାପତି ପାଇଁ ସୁଦର୍ଶନ ଜେନା, ସଂପାଦକ ବ୍ରଜମୋହନ ଜେନା, କୋଷାଧ୍ୟକ୍ଷ ପାଇଁ ହାଡୁବନ୍ଧୁ ବେହେରା, ସହ ସଂପାଦକ-୧ ଡି.ହରେରାମ, ସହ ସଂପାଦକ-୨ ସିମାଞ୍ଚଳ ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ପାଇଁ ଅଭିମନ୍ୟୁ ବେହେରା, ନରୋତ୍ତମ ପ୍ରଧାନ, ବନବାସ ଶବର, ମନୋଜ କୁମାର ଗୌଡ ଓ ଅମର କୁମାର ତରାଇ ପ୍ରମୁଖ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।


