ଗଂଜାମ ବିବାହ ଭୋଜି ଉପରେ କଟକଣା : ଭୋଜିରେ ଦିଆଯିବ ପ୍ୟାକେଟ୍ ଖାଦ୍ୟ
ଗଞ୍ଜାମ, (ୱାଇଏନ୍ଏସ୍): କରୋନାକୁ ନଜରରେ ରଖି କରୋନା କଟକଣାକୁ ଆହୁରି କଡ଼ାକଡ଼ି କଲା ଗଞ୍ଜାମ ପ୍ରଶାସନ। ଗଞ୍ଜାମ ପ୍ରଶାସନ କୋଭିଡ୍ କଟକଣାରେ କିଛି ନୂଆ ନିୟମ ଲଗାଇଛି ପ୍ରଶାସନ। କୋଭିଡ୍ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ନୂଆ ନିୟମ ଲାଗୁ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ନିଷ୍ପତ୍ତି ଅନୁସାରେ, ବିବାହ ଉତ୍ସବରେ ୧୦୦ ଜଣ ଅତିଥିଙ୍କ ଉପସ୍ଥିତି ଲାଗି ଅନୁମତି ଦେଇଛି ପ୍ରଶାସନ। ଏହାସହ ବିବାହ ଭୋଜିରେ ପ୍ୟାକେଟ୍ ଖାଦ୍ୟ ପରିବେଷଣ ଲାଗି ବି ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।


