ଗଛ ବଂଚିଲେ ପୁରଷ୍ମାର ଦେବ ମୁରବୀ ମହାମଂଚ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ): ବାତ୍ୟା ପରେ ବହୁ ସଂଖ୍ୟାରେ ଗଛ ନଷ୍ଟ ହୋଇଛି । ଏହା ପରିବେଶ ଉପରେ ପ୍ରଭାବ ପଡ଼ିଛି । ତେବେ ସମାଜସେବା ପାଇଁ ଯେଉଁମାନେ ବୃକ୍ଷ ରୋପଣ କରୁଛନ୍ତି ଏଗୁଡ଼ିକର ଯତ୍ନ ନେବାକୁ ଅନୁରୋଧ କରାଯାଇଛି । ଯେଉଁମାନେ ଗଛ ଚାରା ଲଗାଇ ଏହାର ଯତ୍ନ ନେବେ ଉକ୍ତ ଗଛ ବଂଚିଲେ ଆସନ୍ତା ବର୍ଷ ସେହି ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯିବା ସହ ପୁରଷ୍କୃତ କରିବ ଓଡ଼ିଶା ମୁରବୀ ମହାମଂଚ । ବିଶ୍ୱ ପରିବେଶ ଦିବସ ଅବସରରେ ମହାମଂଚ ପକ୍ଷରୁ ଘୋଷଣା କରାଯାଇଛି ଯେ, ଗଛ ଲଗାଇବା ସହ ଏହାର ନିୟମିତ ଯତ୍ନ ନେଉଥିବା ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ମୁରବୀମାନଙ୍କ ଦ୍ୱାରା ଏହି ମହାମଂଚର ଏହି ନିଷ୍ପତି ହୋଇଛି ବୋଲି କୁହାଯା


