ଗଜପତିରୁ ପୁଣି ବିହାରକୁ ଗଞ୍ଜେଇ ଚୋରାଚାଲଣ ବେଳେ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ପକ୍ଷରୁ ଯାଞ୍ଚ ବେଳେ କରାଯାଇ ୧୦୪ କେଜି ଗଞ୍ଜେଇ ଜବତ କରାଯାଇଥିବାର ଜଣାଯାଇଛି । ମୋହନା ଥାନା ଏସ୍ଆଇ ଲିଜା ମଲ୍ଲିକ ଏବଂ ତାଙ୍କ ଦଳୀୟ ଟିମ୍ ଗତକାଲି କମଳାପୁର ନାକା ପଏଣ୍ଟ ଠାରେ ଯାନବାହାନ ଯାଞ୍ଚ କରୁଥିଲେ । ଏହି ସମୟରେ ଜେଏଚ୍ ୧୦ ଏଏ ୩୦୫୭ ନମ୍ବର ବିଶିଷ୍ଟ ଟାଟା ମାଞ୍ଜା କାରକୁ ମଧ୍ୟ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ସେଥିରେ ଗଞ୍ଜେଇ ଥିବାର ଦେଖିବାକୁ ପାଇଥିଲେ । ଏହା ପରେ ଓଜନ କରିବାରେ ତାହା ୧୦୪କେଜି ଥିବାର ସ୍ପଷ୍ଟ ହୋଇଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କା ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ଗଞ୍ଜେଇକୁ ବିହାରକୁ ଚୋରାଚାଲାଣ ହେଉଥିବା ମଧ୍ୟ ପୋଲିସ ସ୍ପଷ୍ଟ କରିଛି । ଘଟଣାରେ ସମ୍ପୃକ୍ତ ବିହାରର ଜାମସେଦପୁରର ଦୁଇ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିଲେ । ଏହି ଗଞ୍ଜେଇ ଗଜପତି ଜିଲ୍ଲା ବିରିକୋଟ ଅଞ୍ଚଳରୁ ଜାମଶେଦପୁରକୁ ଚାଲାଣ ହେଉଥିଲା । ଏନେଇ ମୋହନା ଥାନାରେ ଏକ ମାମଲା ରୁଜୁ ହୋଇଥିବା ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ପ୍ରକାଶ କରିଛନ୍ତି ।


