ଗଜପତିରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଆଜି ଅତ୍ୟନ୍ତ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ପାରଳାଖେମୁଣ୍ଡି ସହର ର ହାଇସ୍କୁଲ ଛକଠାରେ ଥିବା ବିଜୁବାବୁଙ୍କ ପ୍ରତିମୁର୍ତ୍ତିରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ ଏବଂ ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁବାବୁଙ୍କ ସ୍ମୃତିଚାରଣ କରି ତାଙ୍କ ଆଦର୍ଶରେ ପ୍ରତ୍ୟେକ ବ୍ୟକ୍ତି ଅନୁପ୍ରାଣିତ ହୋଇ ସମାଜ ଓ ଦେଶର ସେବା କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । କରୋନା ଯୋଗୁଁ ସାମାଜିକ ଦୁରତା ରକ୍ଷା କରାଯାଇ ବହୁ କମ୍ ସଂଖ୍ୟକ ନେତା ଓ କର୍ମୀ ଏଥିରେ ଯୋଗ ଦେଇଥିଲେ । ସେହିପରି ଗଜପତି ଜିଲ୍ଲା ବିଜୁ ଜନତା ଦଳ ଯୁବ ସଭାପତି ଏସ.ଲିଙ୍ଗରାଜୁ ରାଜ୍ୟ ନେତୃତ୍ୱଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱ ଦେଇ ନିଜ ବାସଭବନ ଠାରେ ଥିବା ଯୁବ ବିଜେଡି କାର୍ଯ୍ୟାଳୟ ଠାରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ମଧ୍ୟ ଆଜି ପାଳନ କରିଛନ୍ତି । ସେ ବିଜୁବାବୁଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରାଦ୍ଧ ଦିବସ ପାଳିଥିଲେ ।