ଗଜପତିରେ ବିଜେଡିର ମେଗା ମିଶ୍ରଣପର୍ବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ମିଲୁ ଖୁରିଗାଁ ଠାରେ ବିଜେଡି ପକ୍ଷରୁ ଏକ ମେଗା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଦଳର ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ହାଇଟେକ୍ ମେଡିକାଲ କଲେଜ୍‌ର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାସ, ରାୟଗଡା ଜିଲ୍ଲା ସଭାପତି ଶ୍ରୀଧର ଦାସ, ଯୁବନେତା ରୂପେଶ ପାଣିଗ୍ରାହୀ, କାଶୀନଗର ବ୍ଲକ ବିଜେଡି ସଭାପତି ଆର୍‌.ରାମପ୍ରସାଦ, କାଶୀନଗର ଏନ୍‌ଏସି ସଭାପତି ରଘୁରାମ ସାହୁ, ଏନ୍‌ଏସି ଯୁବ ବିଜେଡି ସଭାପତି ରାଜେଶ ମିସାଲ, ଅନ୍ୟତମ ନେତା ଜି.ତିରୁପତି ରାଓ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ମଞ୍ଚାସୀନ ଅନ୍ୟ ନେତାମାନେ ବି ନିଜ ନିଜର ବକ୍ତବ୍ୟ ରଖିଥିଲେ । ସଭା ଶେଷରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଶତାଧିକ ସମର୍ଥକଙ୍କ ସହ ଖାଣ୍ଡବା ସରପଞ୍ଚ ଜଗନ୍ନାଥ ଦୋରା ବିଜେଡିରେ ଯୋଗଦେ ଦେଇଥିଲେ । ପ୍ରକାଶ ଯେଗ୍ୟ ଯେ, ଶ୍ରୀ ଦୋରା ପ୍ରଥମେ ବିଜେଡିରେ ଥିଲେ । ତେବେ କୌଣସି କାରଣରୁ ପରବର୍ତ୍ତୀ ସମୟରେ ବିଜେପି ସହ ହାତ ମିଳାଇଥିଲେ । ଏବେ ପୁଣି ସେ ଘରକୁ ବାହୁଡିଥିବାରୁ ମଞ୍ଚାସୀନ ଅତିଥିମାନେ ତାଙ୍କୁ ସାଦର ସ୍ୱାଗତ ଜଣାଇଥିଲେ । ଏତଦ୍ ବ୍ୟତୀତ ପ୍ରାୟ ୨ଶହରୁ ଅଧିକ ଲୋକେ ବିଭିନ୍ନ ପଞ୍ଚାୟତ ଯଥା କେ.ସୀତାପୁର, କିଡିଗାଁ, ହାଡୁଭାଙ୍ଗି ଆଦି ପଞ୍ଚାୟତର ବହୁ କଂଗ୍ରେସ ଓ ସ୍ୱାଧିନ ପ୍ରାର୍ଥୀ ଓ ଅନ୍ୟାନ୍ୟ ଦଳ ଛାଡି ବିଜେଡିରେ ଯୋଗ ଦେଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ