୨୦କୋଟି ଟଙ୍କାର ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆର୍‌.ଉଦୟଗିରି ପୋଲିସ, ଅବକାରୀ ବିଭାଗ, ବନ ବିଭାଗ ଓ ରାଜସ୍ୱ ବିଭାଗର ମିଳିତ ଚଢାଉ କରାଯାଇ ୨୦ କୋଟି ୨୦ ଲକ୍ଷ ୩୦ହଜାର ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବାର ଜଣାପଡିଛି । ନୂଆଗଡ ବ୍ଲକ ଅନ୍ତର୍ଗତ ଅନୁଗୁରୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୋଇପଦର ମୌଜାଅଞ୍ଚଳର ପ୍ରାୟ ୧୦୧.୧୫ ଏକର ଚାଷ ଜମିରେ ଏହି ଗଞ୍ଜେଇ ଚାଷ ହେଉଥିଲା । ପ୍ରାୟ ୨ଲକ୍ଷ ୨ହଜାର ୩୦ ଗଞ୍ଜେଇ ଗଛକୁ କାଟିବା ପରେ ପୋଡି ନଷ୍ଟ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଏହି ଚଢାଉ ବେଳେ ମାଜିଷ୍ଟ୍ରେଟ ଭାବେ ନୂଆଗଡ ତହସିଲଦାର ଲବାଣେନ୍ଦୁ ମହାନ୍ତି, ସମ୍ବଲପୁର ରାଜସ୍ୱ ନିରୀକ୍ଷକ ସୁଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିବାର ଆର୍‌.ଉଦୟଗିରି ଥାନା ଅଧିକାରୀ ରବୀନ୍ଦ୍ର ନାଥ ପଣ୍ଡା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ