ଗଜପତି ଜଲ୍ଲା କଂଗ୍ରେସ ପକ୍ଷରୁ ରାଜୀବଗାନ୍ଧୀଙ୍କ ୭୭ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦରମୁହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୭ତମ ଜୟନ୍ତୀ ପାଳନ ହୋଇଯାଇଛି । ଆଜି ଏହି ଅବସରରେ ରାଜୀବଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱର୍ଗତ ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ । ଭାରତକୁ ଏକ ବିକାଶଶୀଳ ତଥା ଉନ୍ନତ ରାଷ୍ଟ୍ର ଭାବେ ଗଢି ତୋଳିବାରେ ସ୍ୱର୍ଗତ ଗାନ୍ଧୀଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ମତ ପ୍ରକାଶ ପାଇଥିଲା । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କର୍ମୀମାନେ କାର୍ଯ୍ୟ କରିବା ସହ ଜିଲ୍ଲାରେ କଂଗ୍ରେସ ହାତ ମୁଠାକୁ ଟାଣ କରିବାପାଇଁ କାର୍ଯ୍ୟକ୍ରମରେ ଆହ୍ୱାନ ଦିଆଯାଇଥିଲା । ଏହି ଅବସରରେ ରାଜ୍ୟ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଜେନାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗଭୀର ଶୋକ ପ୍ରକାଶ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁର୍ଯ୍ୟନାରାୟଣ ପାତ୍ର, ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ କୁମାର ଅଧିକାରୀ, ଅଭିମନ୍ୟୁ ପଣ୍ଡା, ମନୋଜ ସାହୁ, ତ୍ରିପତି ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


