ଗଜପତି ଜିଲ୍ଲା ରେ ବରିଷ୍ଠ କଳାକାର ସଂଘ ଗଠିତ

(ଯୁଗାବ୍ଦ ନ୍ୟୁଜ )ଅଡବା ପଞ୍ଚାୟତ କାର୍ଯ୍ୟାଳୟ ସଭାକକ୍ଷ ଠାରେ ନିର୍ଦ୍ଧେଶକ ରବିନାଥ ମିଶ୍ରଙ୍କ ଆବାହିକତ୍ୱ ରେ ଏକ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିର୍ଷିୟାନ ନାଟ୍ୟ ନିର୍ଦ୍ଧେଶକ ମଧୁସୂଦନ ପାଢୀ ଙ୍କ ସଭପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସଂପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ ମୁଖ୍ୟ ଅତିଥି ଉପଦେଷ୍ଟା ନାଟ୍ୟକାର ପ୍ରଫୁଲ୍ଲ ବେହେରା ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବରେ ଭଞ୍ଜନଗର ବ୍ଲକ ସଂଯୋଜକ ଜୟକୃଷ୍ଣ ପଟ୍ଟନାୟକ ,ବଳରାମ ରଥ,ଲକ୍ଷଣ ଚୈଧୁରୀ ଅଜିତ କୁମାର ମୁନି ପ୍ରମୁଖ ଯୋଗ ଦେଇ ଗଜପତି ଜିଲ୍ଲାରେ ବରିଷ୍ଠ କଶାକାର ସଂଘ ଗଠନର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ବୈଠକରେ ସର୍ବସମ୍ମତ କ୍ରମେ ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଂଘ ଗଠନ କରାଯାଇ କାର୍ଯ୍ୟକାରୀ କମିଟି ଗଠନ କରାଗଲା । ବୈଠକରେ ନିଷ୍ପତ୍ତି ଅନୁସାରେ ମଧୁସୂଦନ ପାଢୀ ସଭାପତି ମଧୁସୂଦନ ନାୟକ ଉପସଭାପତି , ରାଜେଶ୍ୱର ପୂଜାରୀ ସଂପାଦକ ,ଲକ୍ଷଣ ଚୈଧୁରୀ ସହ ସଂପାଦକ , ବାପୁଜୀବନ୍ଧୁ ପଟ୍ଟନାୟକ କୋଷାଧ୍ୟକ୍ଷ ଭାବରେ ଚୟ୍ିତ ହୋଇଥିବା ବେଳେ ରବୀନ୍ଦ୍ର ନାଥ ମିଶ୍ର, ପ୍ରଭାକର ପାଢୀ , ଦିବାକର ବେହର ଦଳେଇ, ରାଧାକାନ୍ତ ସାହୁ ,ବଳରାମ ରଥ ,ଯୁଦ୍ଧିଷ୍ଠିର ଗୈ÷ାଡ ପ୍ରମୁଖ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବରେ ମନୋନୀତ ହୋଇଥିଲା । ସଂଘର ଉପଦେଷ୍ଟା ଭାବରେ ସର୍ବଶ୍ରୀ ତପନ କୁମାର ପତି , ଅଜିତ କୁମାର ମୁନି,ଜୀତେନ୍ଦ୍ର କୁମାର ଗୋଡ , ସଦାନନ୍ଦ ନାୟକ ସୁଶାନ୍ତ କୁମାର ନାୟକଙ୍କୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରାଯାଇଛି । ପ୍ରାରମ୍ଭରେ ମଞ୍ଚ ମହର୍ଷି ଗଣନାଥ ଜେନା, ନାଟ୍ୟକାର ଶୋଭାନ ଦାସ , ସଙ୍ଗୀତଜ୍ଞ ଅଧ୍ୟାପକ ନିହାର ରଞ୍ଜନ ପଟ୍ଟନାୟକ ଙ୍କ ଦିବଙ୍ଗତ ଆତ୍ମାର ସଦଗତି କାମନା ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରିଶେଷରେ ଆବାହକ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ