ଗଞ୍ଜାମ ଜିଲ୍ଲାପାଳଙ୍କ ହିଞ୍ଜିଳି ଗସ୍ତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଶନିବାର ହିଞ୍ଜିଳିକାଟୁ ବ୍ଳକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ୩ଟି ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ପ୍ରଥମେ ସାରୁ ପଞ୍ଚାୟତସ୍ଥିତ ସମ୍ମିଳନୀ କକ୍ଷରେ କୃଷିି, ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ, କ୍ଷୁଦ୍ର ଜଳସମ୍ପଦ ଓ ପୂର୍ତ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଉନ୍ନୟନ ପ୍ରସଙ୍ଗ ସର୍ମ୍ପକରେ ଆଲୋଚନା କରିଥିଲେ । ପରେ ପଞ୍ଚାୟତର ଆଦର୍ଶ ପୋଖରୀ, ଗୋଶାଳା, ପାଠାଗାର, ରୂପାନ୍ତରରିତ ଉଚ୍ଚ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଏବଂ ନିର୍ମାଣଧିନ ପ୍ରକଳ୍ପ ଗୁଡିକ ବୁଲି ଦେଖିଥିଲେ । ପଞ୍ଚାୟତ ସକାଶେ ଆବଶ୍ୟକ ପ୍ରକଳ୍ପର ଏକ ତାଲିକା ପ୍ରସ୍ତୁତ କରିଥିଲେ । ସେଠାରୁ ଶାସନଆମ୍ବଗାଁ ପଞ୍ଚାୟତର ସଭାଗୃହରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ । ସଂପୃକ୍ତ ପଞ୍ଚାୟତର ଏମସିସି, ଏମଆରଏଫ, ଶିଶୁ ଉଦ୍ୟାନ ଆଦି ଅନ୍ୟାନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ସେଠାରରୁ ନନ୍ଦିକ ପଞ୍ଚାୟତରେ ପହଞ୍ଚି ଶିଶୁ ଉଦ୍ୟାନ, ଅଙ୍ଗନୱାଡି କେନ୍ଦ୍ର, ସୌର ପାନୀୟ ଜଳ ପ୍ରକଳ୍ପର ଶୂଭ ଉଦଘାଟନ କରିଥିଲେ । ଏଥିସହ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ, ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ, ନିର୍ମାଣଧିନ ଆଦର୍ଶ ପୋଖରୀ, ସିଂହବାହୀନିି ସିଲେଇ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରିଥିଲେ । ପରେ ପଞ୍ଚାୟତ ସଭାକକ୍ଷରେ ଆୟୋଜିତ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ଉନ୍ନୟନ ପ୍ରକଳ୍ପର ଏକ ତାଲିକା ପ୍ରସ୍ତୁତ କରିଥିଲେ । ନିଜ ନିଜ ପଞ୍ଚାୟତର ଉନ୍ନତି ଦିଗରେ ମିଳିମିଶି କାମ କରିବା ସହ ନିର୍ମାଣଧିନ ଉନ୍ନୟନ ପ୍ରକଳ୍ପକୁ ସହଯୋଗ କରିବା ସକାଶେ ଜିଲ୍ଲାପାଳ ପରିଡା ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ପୌର ନିର୍ବାହୀ ଅଧଧିକାରୀ ଡଃ. ମନୋରଞ୍ଜନ ସାହୁ, ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ବାଇ ଗିତାଞ୍ଜଳି, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଏନ.ରଘୁନାଥ, ଡି. ବିଶ୍ୱନାଥ, ସହକାରୀ ଯନ୍ତ୍ରୀ ହେମନ୍ତ ମିଶ୍ର, ଉମା ଚରଣ ପାଢି, ଜଗନ୍ନାଥ ଦାଶ, ରବିନ୍ଦ୍ର ନାୟକ, ବାସୁଦେବ ଶତପଥୀ, ଉଦୟନାଥ ଖଟୁଆ, ପ୍ରସନ୍ନ ଦଳେଇ,ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁଙ୍କ ସମେତ ସଂପୃକ୍ତ ପଞ୍ଚାୟତରର ସରପଞ୍ଚ ନିଳାଞ୍ଚଳ ସାହୁ, କୃଷ୍ଣ ଭଉଳ, ଜନାର୍ଦ୍ଦନ ସେଠି, ସମିତି ସଭ୍ୟ, ବହୁ ଅଧିକାରୀ ଓ ଜନ ପ୍ରତିନିଧି ଉପସ୍ଥିତ ଥିଲେ ।