ଗଞ୍ଜାମ ଜିଲ୍ଲାର ୨୩୩ଗୋଟି ଉଚ୍ଚ ବିଦ୍ୟାଳୟର ଦ୍ବିତୀୟ ପର୍ଯ୍ୟାୟର ରୂପାନ୍ତରୀତ ହେବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାରେ ୫-ଟି ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀ କରଣ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମ ଯେପରି ଭଲରୂପେ ହେବ ସେଥିନେଇ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଆଭାସୂ ମାଧ୍ୟମରେ ଶୁକ୍ରବାର ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି, ବେଲଗୁଣ୍ଠା, ଦିଗପହଣ୍ଡି, ଭଞ୍ଜନଗର, ପୁରୁଷୋତ୍ତମପୁର, କୁକୁଡାଖଣ୍ଡି, ଆସ୍କା, ଖଲ୍ଲିକୋଟ ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ସରପଞ୍ଚ, ବିଦ୍ୟାଳୟ କମିଟିର ସଭାପତି, ଆଲୁମିନା, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ରୂପାନ୍ତରୀତ କାର୍ଯ୍ୟ ସକାଶେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଜଣାଇବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସଚ୍ଚିବ ଶ୍ରୀ ପାଣ୍ଡିଆନ୍ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ଏହି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀତ କାର୍ଯ୍ୟକ୍ରମ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । ସରକାରୀ କାର୍ଯ୍ୟଭାବେ ଗ୍ରହଣ ନ କରି ଏହାକୁ ସାମାଜିକ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବାକୁ ସମସ୍ତଙ୍କୁ ଜଣାଇଥିଲେ । ଭବିଷ୍ୟତ ପିଢୀଙ୍କ ପାଇଁ ଏହା ଅତି ଉତ୍ତମ କାର୍ଯ୍ୟକ୍ରମ । ବିଦ୍ୟାଳୟର ରୂପାନ୍ତର ପରେ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲା ମାନଙ୍କର ଯାହା ସ୍ବପ୍ନ ରହିଛି ତାହା ସାକାର ହେବା ଦିଗରେ ଅନେକ ସହଯୋଗ କରିବ । ମୁଖ୍ୟମନ୍ତ୍ରୀଙ୍କ ସ୍ଲୋଗାନ ସ୍କୁଲ ଯିବା ଭଲପାଠ ପଢିବା, ବାପା ମାଆଙ୍କର ସୁନାମ ଆଣିବା ନିଶ୍ଚିତ ରୂପେ ସଫଳ ହୋଇ ପାରିବ । କରୋନା ସମୟରେ ଦେଶର ଅର୍ଥନୀତି ଭୂଷୁଡି ଯାଇଛି ସେହି ସମୟରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ରୂପାନ୍ତରୀତ କାର୍ଯ୍ୟ ସକାଶେ ଅନୁଦାନ ପ୍ରଦାନ କରିଛନ୍ତି । ତେଣୁ ଏହାର ଗୁରୁତ୍ବ ଏବଂ ଅର୍ଥର ସୁବିନିଯୋଗ କରିବା ସାଥେସାଥେ ସବୁଥିରେ ସ୍ବଚ୍ଛତା ବଜାୟି କମ୍ୟୁନିଟିର ସହଯୋଗ କ୍ରମେ ଏହି କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଏହି ଦ୍ବିତୀୟ ପର୍ଯ୍ୟାୟରେ କରାଯାଉଥିବା ରୂପାନ୍ତରୀତ ଉଚ୍ଚ ବିଦ୍ୟାଳୟ ଗୁଡିକ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଗାମୀ ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ବୈଠକରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଜଣାଇଥିଲେଯେ, ଗଞ୍ଜାମ ଜିଲ୍ଲାରେ ସର୍ବ ପ୍ରଥମେ ପାଇଲଟ୍ ପ୍ରୋଜେକ୍ଟ ଭାବେ ୫୦ ଗୋଟି ବିଦ୍ୟାଳୟକୁ ରୂପାନ୍ତରୀତ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୮୩ ଗୋଟି ବିଦ୍ୟାଳୟ ଏବଂ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟରେ ୨୩୩ ଗୋଟି ଉଚ୍ଚ ବିଦ୍ୟାଳୟ ରବପାନ୍ତରୀତ ହେବାକୁ ଯାଉଛି । ଏହି ରୂପାନ୍ତରୀତ କାର୍ଯ୍ୟ ସମାପନ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଛାତ୍ରଛାତ୍ରୀଗଣଙ୍କ ଯେଉଁ ସ୍ବପ୍ନ ରହିଛି ସେମାନେ ବଡ ହେଲେ କଣ ହେବେ ତାହା ଯେପରି ପୂରଣ ହେବ ସେଥିନେଇ କ୍ୟାରିଅର୍ କାଉନସେଲିଂ କରାଯାଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦେଖାଇବାରେ ସହଯୋଗ ହେବ । ଆସନ୍ତା କାଲି ତା.୦୬.୧୧.୨୦୨୧ରିଖ ଦିନ ପୋଲସରା, ଚିକିଟି, ଜଗନ୍ନାଥ ପ୍ରସାଦ, ପାତ୍ରପୁର, ଛତ୍ରପୁର, ବେଗୁନିଆପଡା, ବୁଗୁଡା, କବିସୂର୍ଯ୍ୟନଗର, ସୋରଡା ଏବଂ ଗଞ୍ଜାମ ଏହିଭଳି ୧୦ ଗୋଟି ବ୍ଲକ୍ ର ବ୍ୟକ୍ତି ବିଶେଷଙ୍କ ସହିତ ୫-ଟି ସଚିବ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଅଛି । ବୈଠକରେ ୧୦ ଗୋଟି ବ୍ଲକ୍ ଏବଂ ବ୍ରହ୍ମପୁର ମହାନଗର ନିଗମର ଜନ ପ୍ରତିନିଧି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଧିକାରୀଗଣ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ