ସମାଜ ମଙ୍ଗଳ ସୁରକ୍ଷା ଅଧିକାରୀଙ୍କୁ ସ୍ୱାଗତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଓଡିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ଆଜି ସମାଜ ମଙ୍ଗଳ ଅଧିକାରୀ ରବିନାରାୟଣ ପାତ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶ୍ରୀପାତ୍ର ଏଠାରେ ପୂର୍ବରୁ କିଛିଦିନ ଧରି ସୁଚାରୁରୂପେ କାମ କରିଥିବା ବେଳେ ତାଙ୍କୁ ଦାୟିତ୍ବରୁ ଅପସାରଣ କରାଯାଇଥିଲା। ପୁନର୍ବାର ଆଜି ପ୍ରଶାସନ ପକ୍ଷରୁ ପୁଣି ଶ୍ରୀ ପାତ୍ରଙ୍କୁ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ଓଡିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ଅକ୍ଷୟ ସାହୁ, ଭାସ୍କର ଚନ୍ଦ୍ର ଜେନା, ଅଭିମନ୍ୟୁ ଜେନା, ପର୍ଶୁରାମ ପାଲ, ବିଜୟ କୁମାର ଦାସ, ଶ୍ରୀକାନ୍ତ ବେହେରା, ଅଜୟ ନାୟକ, କୃପାସିନ୍ଧୁ ପଣ୍ଡା ନୂତନ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ।


