ଗଞ୍ଜାମ ଜିଲ୍ଲା ଯୁବ ବିଜୁ ଜନତା ଦଳର ବନ୍ଧୁ ମିଳନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ପାଦ ଦେଶରେ ଥିବା କଲ୍ୟାଣ ମଣ୍ଡପରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଯୁବ ବିଜୁ ଜନତା ଦଳର ବନ୍ଧୁମିଳନ କାର୍ଯ୍ୟକ୍ରମ ଜାନୁଆରୀ ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି।ଯୁବ ବିଜୁ ଜନତା ଦଳ ଜିଲ୍ଲା ସଭାପତି ଭବାନୀକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ପଣ୍ଡା, ରାଜ୍ୟ ମହିଳା ବିଜେଡି ସମ୍ପାଦିକା ଏମ୍. ସୁଜାତା ପାତ୍ର, ଜୋନାଲ ସଭାପତି ମମତା ବିଷୋୟୀ, ଗଞ୍ଜାମ ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ବାଇଁ, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ ପଣ୍ଡା, ରାଜ୍ୟ ବିଜେଡି କାର୍ଯ୍ଯକାରିଣୀ ସଦସ୍ୟ ବିପ୍ଳବ ପାତ୍ର, ରାଜ୍ୟ ଯୁବ ବିଜେଡି ସମ୍ପାଦକ ନଳିନୀ ଦେବଦର୍ଶି, ରାଜ୍ୟ ବିଜେଡି ସମ୍ପାଦକ ନୀଳମଣି ପଟ୍ଟନାୟକ ଯୋଗଦେଇଥିଲେ। ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ଅତିଥି ବୃନ୍ଦ ମତ ପ୍ରଦାନ କରିବା ସହିତ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ପାଇଁ ଯୁବ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ବିଜେଡି ନେତା ଜଗନ୍ନାଥ ସାବତ ପରିଚାଳନା କରିଥିବା ବେଳେ ପୋଲସରା ଏନ୍ଏସି ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା, ବୁଗୁଡା ଏନଏସି ଯୁବ ବିଜେଡି ସଭାପତି କେଶବ ସାହୁ, ବ୍ଳକ ଯୁବ ବିଜେଡି ସଭାପତି ସିଲୁ ଦଳାଇ, ଟୁକୁନା ଜେନା, ପୋଲସରା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ସୁଶାନ୍ତ କୁମାର ପୋଲେଇ, ଜିଲ୍ଲା ଉପସଭାପତି ବାସୁଦେବ ନାୟକ, ଜିଲ୍ଲା ସମ୍ପାଦକ ହେମନ୍ତ କୁମାର ସ୍ବାଇଁ, ହରପ୍ରସାଦ ସାହୁ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ