ଗଞ୍ଜାମ ରେ ଜ୍ଞାନବିଜ୍ଞାନ ମେଳା

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ଠାରେ ଛତ୍ରପୁର ସଂକୁଳର ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୩ ଅନୁଷ୍ଠିତ ହୋଇଯାଇଛି ।ଏହାର ଉଦ୍ଘାଟନୀ ଉତ୍ସବରେ ମାନ୍ୟଶ୍ରୀ ଜଗବନ୍ଧୁ ଦାଶ,ଗଞ୍ଜାମ ମହାବିଦ୍ୟାଳୟର ରସାୟନ ବିଭାଗ ମୁଖ୍ୟ ନିଗମ—- କୁମାର ସ୍ୱାଇଁ,ସଙ୍କୁଳ ପ୍ରମୁଖ ଜେ.କୁର୍ମେୟା ରାଓ ଓ ଗଂଜାମ ଜିଲ୍ଲା ସହ ଜିଲ୍ଲା ପ୍ରମୁଖ ଶ୍ରୀ ବିପିନ ଚନ୍ଦ୍ର ପଟ୍ଟନାୟକ ଓ ସଙ୍କୁଳ ସଂଯୋଜକ ଶ୍ରୀ ରବୀନ୍ଦ୍ର ନାଥ ଦାଶ ତଥା ସଙ୍କୁଳ ଅନ୍ତର୍ଗତ ରମ୍ଭା,ଗଞ୍ଜାମ, ଛତ୍ରପୁର, ନରେନ୍ଦ୍ରପୁର,ଗୋପାଳପୁର ଓ ଭଞ୍ଜବିହାର ସ୍ଥିତ ଶ.ସି.ବିମ ପ୍ରଧାନ ଆଚାର୍ଯ୍ୟ ଓ ୨୮ ତମ ବିଚାରକ ଏବଂ ୨୮୦ ଜଣ ପ୍ରତିଭାଗୀ ଶିଶୁ ଯୋଗଦାନ କରିଥିଲେ ।ପ୍ରତିଯୋଗିତା ଶେଷରେ କୃତି ଶିଶୁମାନଙ୍କୁ ସଙ୍କୁଳ ପକ୍ଷରୁ ପୁରସ୍କୃତ କରାଯାଇ ଶିଶୁମାନଙ୍କ ମନୋବଳ ବୃଦ୍ଧି କରାଯାଇଛି ।ଉଦଯାପନୀ ଉତ୍ସବରେ ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଗଞ୍ଜାମବାସୀ ଶ୍ରୀ ଅନୀଲ କୁମାର ବିଷୋୟୀ ଏବଂ ସମାଜସେବୀ ଶିବପ୍ରସାଦ ସ୍ବାଇଁ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମରେ ପୂର୍ଣ ସହାୟତା କରିଥିଲେ ।ଏଥିରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଶ୍ରୀ ଗିରିଶ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।ପରିଚାଳନା ସମତିର ସମସ୍ତ ସଦସ୍ୟ ଓ ସଦସ୍ୟା ଓ ସେନାବ୍ରତୀଙ୍କ କାର୍ଯ୍ୟକ୍ରମ ସଫଳ ହୋଇ ପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ