ଗଞ୍ଜାମ ସହରର ବିଭିନ୍ନ ସମସ୍ୟା ନେଇ ସହରବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ
ଛତ୍ରପୁର,୨୧ା୬ : ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହରର ଡାକ୍ତରଖାନା ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ନେଇ ସହରବାସୀ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସହରରେ ରହିଥିବା ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ସିଟିବସ୍ ସଂପ୍ରସାରଣ, ନିର୍ମାଣଧୀନ କଲ୍ୟାଣ ମଣ୍ଡପର ନିର୍ମାଣ କାର୍ଯ୍ୟ ତୁରନ୍ତ ସଂପୂର୍ଣ୍ଣ ବ୍ୟବସ୍ଥା, ଖୋଲା ଜିମ୍ ନିର୍ମାଣର ପଦକ୍ଷେପ, ବଜାର ଗଉଡ ସାହି ପୋଖରୀର ପୁନଃଉଦ୍ଧାର, ଶିଶୁ ଉଦ୍ୟାନର ପୁନଃଉଦ୍ଧାର, ବିଶ୍ରାମ ଗୃହ ନିର୍ମାଣ, ଭାରତୀୟ ବିଦ୍ୟାପୀଠରେ ପ୍ରଧାନଶିକ୍ଷକ ନିଯୁକ୍ତି ଏବଂ ଏନ୍ସିସି ୟୁନିଟ୍ ଚାଲୁ କରିବା, ସହରରେ ଶୌଚାଳୟ ନିର୍ମାଣ, ସହରବାସୀଙ୍କୁ ଘରପଟ୍ଟା ପ୍ରଦାନ କରିବାରେ ତୁରନ୍ତ ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେବା ପାଇଁ ସହରବାସୀ ଜିଲ୍ଲାପାଳଙ୍କ ଠାରେ ଅନୁରୋଧ କରିଥିଲେ । ସହରବାସୀଙ୍କ ବିଭିନ୍ନ ସମସ୍ୟା ଗୁଡିକ ଉପରେ ଅତିଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ।


