ପ୍ରଧାନମନ୍ତ୍ରୀ ଫସଲ ବୀମା ସଚେତନତା ରଥ ପରିକ୍ରମା କଲେ ଶୁଭାରମ୍ଭ ଜିଲ୍ଲାପାଳ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ ପ୍ରାକୃତିକ ଦୈବୀ ଦୁର୍ବିପାକ ଦ୍ୱାରା ଫସଲ ହାନି ନଷ୍ଟ ହେଲେ ବୀମା ସହିତ ଫସଲକୁ ପିରମାପ ବା ସଂରକ୍ଷଣ(କଭରେଜ୍) ପ୍ରଦାନ କରିବା ସହିତ କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ଏହାଦ୍ୱାରା କୃଷକମାନେ ସମ୍ମୁଖୀନ ହୋଇଥିବା ଆକସ୍ମିକ ବିପଦ କିମ୍ବା ଖରାପ ପାଣିପାଗ ଜନିତ ଫସଲ ହାନିର କ୍ଷତିପୂରଣ ମିଳିଥାଏ । ଏହି ସୂଚନା ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଭାବେ ପ୍ରଚାର ପ୍ରସାର ପାଇଁ ଏକ ସଚେତନତା ରଥ ଜିଲ୍ଲାରେ ଭ୍ରମଣ ଆଜି ଠୁ ହୋଇଛି । ଏହି ସଚେତନତା ରଥକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳର ସମସ୍ତ କୃଷକମାନେ ଯେପରି ଏହି ଯୋଜନାରେ ଶତପ୍ରତିଶତ ସୁବିଧା ପାଇବେ ସେଥିପ୍ରତି ବ୍ୟାପକ ସେଚତନତା କରାଇବା ଉଦ୍ଦେଶ୍ୟରେ ଏହି ରଥ ପରିଭ୍ରମଣ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ଗଞ୍ଜାମ ଜିଲ୍ଲା ପାଇଁ ଏଚ୍ଡିଏଫ୍ସି ଏର୍ଗୋ ଜେନେରାଲ୍ ଇନସୁରାନ୍ସ କମ୍ପାନୀ କାର୍ଯ୍ୟ କରୁଛି । ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାର ଶେଷ ତାରିଖ ରହିଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବବ୍ରତ ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, କୃଷି ବିଭାଗ ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା, ଏଚ୍ଡିଏଫ୍ସି ଏର୍ଗୋ ଜେନେରାଲ୍ ଇନସୁରାନ୍ସ କମ୍ପାନୀର ମ୍ୟାନଜର ପ୍ରକାଶ ଶ୍ରୀବାସ୍ତବ ଓ ଶ୍ରବଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ