ଗଞ୍ଜେଇ ଚୋରା ଚାଲାଣ କାର ସହ ୧୦୦ କିଗ୍ରା ଗଞ୍ଜେଇ ଜବତ ଜଣେ ଗିରଫ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ଅନ୍ତର୍ଗତ କରସିଙ୍ଗ ଠାରେ ଓଡ଼ି ୦୫ ବିଏ ୭୫୬୧ ସ୍ୱିଫ୍ଟ କାରରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଜୁଲାଇ ୨୯ ତାରିଖ ଦିନ ବ୍ରହ୍ମପୁର ଅବକାରି ବିଭାଗ ସ୍ପେଶାଲ ସ୍କ୍ୱାର୍ଡ, ବୁଗୁଡା ପୋଲିସ ଓ ଜନସାଧାରଣଙ୍କ ଚେଷ୍ଟାରେ କାର ସହ ଗଞ୍ଜେଇ ଜବତ ହେବା ସହ ଆସାମୀକୁ ଗିରଫ କରାଯାଇଛି। ରାୟଗଡା ଠାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର କୌଣସି ସୂତ୍ରରୁ ବ୍ରହ୍ମପୁର ଅବକାରି ବିଭାଗ ସ୍କ୍ୱାର୍ଡ ଜାଣିବା ପରେ କାରକୁ ପିଛାକରି ଆସିଥିଲେ। ବୁଗୁଡା ପୋଲିସ ଓ କରସିଙ୍ଗ ଗ୍ରାମବାସୀଙ୍କ ସହଯୋଗରେ ଗାଡିକୁ ଅଟକାଇ ଗାଡିର ପଛପଟ ଡିକି ଓ ଗାଡି ଭିତରେ ପ୍ରାୟ ୧୦୦ କେଜି ଗଞ୍ଜେଇ ରହିଥିବା ଦେଖିବାକୁ ମିଳିଥିଲା। ଗିରଫ ଗଞ୍ଜେଇ ମାଫିଆ ଜଣକ କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କି ଅଞ୍ଚଳର ରଣଧିର ପ୍ରତାପ ସିଂ ବୋଲି ବ୍ରହ୍ମପୁର ଅବକାରୀ ବିଭାଗ ପ୍ରକାଶ କରିଛନ୍ତି।