ବନାନୀ କଳା ସଂଗମ ସମାନ ନାଗରିକ ସଂହିତା ଲାଗୁ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଫୁଲବାଣୀ, (ସୁନୀଲ କୁମାର ବେହେରା):ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ବନାନୀ କଳାସଙ୍ଗମ ଠାରେ ସମାନ ନାଗରିକ ସଂହିତା ଦେଶରେ ଲାଗୁ ହେବା ଉପରେ ଡ ଅରୁପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି।ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡା ପ୍ରାରମ୍ଭିକ ସୂଚନା ଦେଇ ଦେଶର ଆଇନ ମନ୍ତ୍ରଣାଳୟ ସମାନ ନାଗରିକ ସଂହିତା ଦେଶରେ ଲାଗୁ କରିବାକୁ ଜନମତ ଲୋଡିଥିବା ସୂଚନା ଦେଇଥିଲେ।ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ ସାରା ଦେଶରେ ସମସ୍ତଙ୍କ ପାଇଁ ଗୋଟିଏ ଆଇନ ଲାଗୁ କରିବାକୁ ପ୍ରୟାସ କରାଯାଉଛି।ସମ୍ବିଧାନର ୪୪ଧାରା ପାର୍ଟ ୪ରେ ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୋଟାଏ ଆଇନ ଲାଗୁ ହେବା ବ୍ୟବସ୍ଥା ରହିଛି,ଯାହା ସ୍ୱାଧିନତାର ୭୬ବର୍ଷ ପରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିନାହିଁ।ଏହାର ଉଦ୍ଦେଶ୍ୟ ଦୁର୍ବଳ ପଛୁଆବର୍ଗଙ୍କ ଭେଦଭାବ ଓ ବୈଷମ୍ୟ ଦୂରକରି ସମାନତା ଆଣିବା। ୧୮୩୫ମସିହାରେ ବ୍ରିଟିଶ ସରକାର ଦେଶରେ ୟୁନିଫର୍ମ ସିଭିଲ କୋଡର ଆବଶ୍ୟକତା ଉପଲବ୍ଧି କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ୧୯୮୫ମସିହାରେ ଶାହା ବାନୋ ତିନ ତଲାକ ମାମଲାରେ ଧର୍ମ ବାହାରେ ଭାରତୀୟ ପିଙ୍ଗଳ କୋଡ ଧାରା ୧୨୫ଅନୁସାରେ ଭରଣ ପୋଷଣ ଦେବାକୁ କୋର୍ଟ ରାୟ ପ୍ରକାଶ କରିଥିଲେ।ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବାକୁ ସରକାରଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ।ହିନ୍ଦୁ ବିବାହ ବିଛେଦ,ବହୁ ବିବାହ ନିଷେଧ ଓ ଝିଅ ମାନଙ୍କୁ ଉତ୍ତରାଧିକାରୀ ଓ ପୈତୃକ ସମ୍ପତ୍ତିରେ ସମାନ ଭାଗିଦାରୀ ଆଇନ ପାଶ ବେଳେ ମଧ୍ୟ ବିରୋଧ କରାଯାଇଥିଲା। କିନ୍ତୁ ସମାଜର ମଙ୍ଗଳ ପାଇଁ ଏହା ଆଇନରେ ପାଶ ହୋଇଥିଲା। ତେଣୁ ସମାନ ନାଗରିକ ସଂହିତା ଦେଶରେ କାର୍ଯ୍ୟକାରୀ ହେବା ସ୍ୱାଗତଯୋଗ୍ୟ ବୋଲି ଏହି ବୈଠକରେ ମତ ପ୍ରକାଶ ପାଇଥିଲା।ଭାରତରେ ବହୁ ଜାତି ବହୁଧର୍ମ ଓ ବହୁ ଭାଷାର ଲୋକ ବାସକରନ୍ତି। ସେମାନଙ୍କ ସଂସ୍କୃତି ପରମ୍ପରା ଭିନ୍ନ।ତେଣୁ ସେମାନଙ୍କ ସଂସ୍କୃତି ଓ ଐତିହକୁ ଅକ୍ଷୂର୍ଣ୍ଣ ରଖି ସମାନ ନଗରିକ ସଂହିତା ଲାଗୁହେବା ଆବଶ୍ୟକ। ସମାନ ନାଗରିକ ସଂହିତାରେ କଣ ରହିବ ତାହା ସାର୍ବଜନୀନ କରି ଅଧିକ ବିତର୍କ ପାଇଁ ସମୟ ବୃଦ୍ଧି କରିବା ଆବଶ୍ୟକ।ବିଭିନ୍ନ ଗୁଜବରୁ ଜନ ସାଧାରଣ ଦୁରେଇ ରହିବା ଆବଶ୍ୟକ।ଭାରତୀୟ ପିଙ୍ଗଳ କୋର୍ଡରେ ସମାନ ଦୋଷ ପାଇଁ ସମସ୍ତଙ୍କୁ ଗୋଟିଏ ଦଣ୍ଡବିଧାନ ବ୍ୟବସ୍ଥା ଥିବାବେଳେ ସମାନ ନାଗରିକ ସଂହିତା ଲାଗୁକରିବାରେ ଅସୁବିଧା ନାହିଁ। ଆମେ ସମସ୍ତେ ତ୍ରିରଙ୍ଗା ପତକା ତଳେ ଆମ ଦେଶର ଆଇନକୁ ଉଚିତ ସମ୍ମାନ ଦେଇ ମାନିବା ଆବଶ୍ୟକ। ସରକାର ସମାନ ନାଗରିକ ସଂହିତା ଲାଗୁ କରିବା ପୂର୍ବରୁ ଅଧିକ ବିତର୍କ ଓ ଜନମତ ପାଇଁ ସମୟସୀମା ବୃଦ୍ଧି କରିବାକୁ ଆଇନ ବିଭାଗକୁ ଅନୁରୋଧ କରାଯାଇଛି।ଏହି ଅବସରରେ ବରିଷ୍ଠ ଆଇନଜୀବୀ ଭିଭି ରାମଦାସ,ରବୀନ୍ଦ୍ର ନାଥ ମିଶ୍ର,ବିଜୟ ମହାନ୍ତି, ରମେଶ ମହାନ୍ତି, ବିରଜା ନାହାକ,ଆଇନଜୀବୀ ସଂଘ ସଭାପତି ଭଗବାନ ମହାନ୍ତି,ପ୍ରେସ କ୍ଳବ ସଭାପତି ତଥା ପ୍ରତିଷ୍ଠିତ ବରିଷ୍ଠ ସାମ୍ବାଦିକ ସୁନିଲ ପଟନାୟକ, ଅବସରପ୍ରାପ୍ତ ସେନା ଅଧିକାରୀ ବିଷ୍ଣୁ ପ୍ରସାଦ ମିଶ୍ର,ସେବାରହିତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, ନବ କିଶୋର ରଥ,ଏସକେ ଆବାସ,କୁଇ ସମାଜ ସମ୍ପାଦକ ଅବନୀ କହଁର, ପଞ୍ଚାନନ କହଁର,ବରିଷ୍ଠ ନାଗରିକ ସଂଘ ସମ୍ପାଦକ ପ୍ରଣବ ମଣ୍ଡଳ,ପିତାମ୍ବର ମିଶ୍ର,ମଧୂସୁଦନ ସାହୁ, ପ୍ରଶନ୍ନ କୁମାର ପଣ୍ଡା, ବଂଶୀଧର ପଣ୍ଡା, ଅଧ୍ୟାପକ ଦୁଷ୍ମନ୍ତ ମାର୍ଥା,ଅଚ୍ୟୁତାନନ୍ଦ ସେଠୀ,କ୍ଷିତିଶ ମଲିକ,ଶିବ ବିଶ୍ୱଳ,କୃଷ୍ଣ ଚନ୍ଦ୍ର ମିଶ୍ର,ଅମୀୟ ଦାସ, ପ୍ରମୋଦ ସାହୁ,ମୋହନ ପ୍ରଧାନ, ରାଜୁ ପାଢ଼ୀ, ସୋମନାଥ ସାହୁ, ପ୍ରମୁଖ ବହୁ ବୁଦ୍ଧିଜୀବୀ ଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ