ଗଞ୍ଜେଇ ସହିତ ଗାଡି ଜବତ, ଡ୍ରାଇଭର ଗିରଫ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରୁ ଗଞ୍ଜାମ ଜିଲ୍ଲା ର କୋଦଳା ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଏଏସଆଇ ଅର୍ଜୁନ ଶବର, କନେଷ୍ଟବଳ ରଘୁନାଥ ନାୟକ, ମନୋରଞ୍ଜନ ସାବତ, ଦିଲିପ ନାୟକଙ୍କ ସହିତ ଅନ୍ୟ କର୍ମଚାରୀ ଆମ୍ବ ଖାଲିଆ ବୁଲାଣିରେ ଛପି ରହିଥିଲେ I ଏତିକି ବେଳେ ବାଲିଗୁଡା ପଟୁ ଏକ ବୋଲେରୋ ପିକଅପ ଦ୍ରୁତ ଗତିରେ ଆସିଥିଲା | ଘାଟିରେ ପୁଲିସକୁ ଦେଖି ବୋଲେରୋ ପିକଅପ ଚଳାଉଥିବା ଡ୍ରାଇଭର ଜଣକ ଗାଡ଼ିରୁ ଓହ୍ଲାଇ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ କର୍ମଚାରୀମାନ ଗାଡିକୁ ଅଟକାଇ ଗାଡ଼ିରୁ ୩ ବସ୍ତା ଗଞ୍ଜେଇ ସହିତ ଡ୍ରାଇଭର କୁ ଗିରଫ କରିଥିଲା | ଜବତ ଜୋଇଥିବା ଗଞ୍ଜେଇ ର ଓଜନ ୧୪୨ କିଲୋ ୩ ଶହ ଗ୍ରାମ ହୋଇଥିଲା ବେଳେ ଜବତ ହୋଇଥିବା ଗାଡିର ନଂ. ଓଆର -୨୫-ବି -୯୩୬୩ ଥିବାର ଜଣାପଡିଛି | ଡ୍ରାଇଭର ବାଟାଗୁଡ଼ାର ଟୁନୁ ନାୟକ କୁ ଗିରଫ କରି କେସ ନଂ.୬୬/୨୨ ରେ ଏକ ମାମଲା ରୁଜୁ କରାଯାଇ ଥିବା ବିଷୟ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି |


