ଗଡରୂପାସ ଚାଲେଞ୍ଜ କ୍ରିକେଟ୍ କପ୍ ଉଦଘାଟିତ

ପୁରୀ (ଯୁଗାଦ୍ଦ ନ୍ୟୁଜ): ୩୮ତମ ରାଜ୍ୟସ୍ତରୀୟ ଗଡରୂପାସ ଚାଲେଞ୍ଜ କ୍ରିକେଟ୍ କପ୍ ବଡତରା ପଞ୍ଚାୟତର ରୂପାସ ଗ୍ରାମରେ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ମ୍ୟାଚ୍ ନିମାପଡା ଓ କ୍ରାଉନ ସ୍ପୋର୍ଟିଂ ମଧ୍ୟରେ ଖେଳାଯାଇଥିଲା । ପ୍ରଥମେ ଟସ୍ ଜିତି କ୍ରାଉନ୍ ସ୍ପୋର୍ଟିଂ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍ ହରାଇ ୧୮୦ ରନ୍ କରିଥିବା ବେଳେ ଦଳ ତରଫରୁ ସୌମ୍ୟରଂଜନ ବେହେରା ସର୍ବାଧିକ ୭୦ ରନ୍ ସଂଗ୍ରହ କରିଥିଲେ । ଅନ୍ୟ ପକ୍ଷରେ ନିମାପଡା କ୍ରିକେଟ୍ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍ ହରାଇ ୧୧୦ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇ ଶୃଙ୍ଖଳାରୁ ବିଦାୟ ନେଇଥିଲା । ଆଜିର ମ୍ୟାଚ୍କୁ ନିର୍ମଳ ମିଶ୍ର ଓ ପ୍ରମୋଦ ଜେନା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ