ଗଣ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଗୋପ ଥାନା ଘେରାଉ। ମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ମୃତ୍ୟୁ ଘଟଣା ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସଂପୃକ୍ତ ଥିବା ଅଭିଯୋଗ କରି ତାଙ୍କ ଇସ୍ତଫା ଦାବି ରେ ଆଜି ବିଜେପି ପକ୍ଷରୁ ଗୋପଥାନାଘେରାଉ କରାଯାଇଥିଲା। ତୁରନ୍ତ ମନ୍ତ୍ରୀ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କର୍ମୀ ମାନେ ଦାବି କରିଥିଲେ। ଦଳ ପକ୍ଷରୁ ଥାନା ସମ୍ମୁଖ ରେ ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ବିଜେପି ରାଜ୍ୟ ଉପ ସଭାପତି ପ୍ରଭାତୀ ପରିଡ଼ା, ଯୁବନେତା ଦିଲୀପ ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାସ ପ୍ରମୁଖ ଙ୍କ ନେତୃତ୍ଵ ରେ ଶତାଧିକ ବିଜେପି କର୍ମୀ ଏକ ଶୋଭାଯାତ୍ରା ରେ ଗଣ ଶିକ୍ଷା ମନ୍ତ୍ରୀ ହତ୍ୟାକାରୀ, ତାଙ୍କ ଇସ୍ତଫା ଆମର ଦାବି , ବିଜେଡ଼ି ସରକାର ହାଏ ହାଏ ସ୍ଳୋଗାନ ଦେଇ ବଜାର ପରିକ୍ରମା କରି ଥାନା ସମୁଖ ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ