ଗନିଜ୍ ବୁକ୍ରେ ସ୍ଥାନ ପାଇଲେ ଭିନ୍ନକ୍ଷମ ହରିଜନ ବୃଦ୍ଧା କୁମାରୀ ନାୟକ
ବୁଗୁଡା, ( ଅନିଲ କୁମାର ମହାରଣା) – ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ କଳମ୍ବ ପଞ୍ଚାୟତ କଦପଡା ଗ୍ରାମର ଭିନ୍ନକ୍ଷମ ମୁକ-ବଧିର ବୃଦ୍ଧା, ବର୍ତ୍ତମାନ ହାତୀଓଟ ଜରାଶ୍ରମରେ ରହୁଥିବା କୁମାରୀ ନାୟକ ଗନିଜ୍ ବୁକରେ ସ୍ଥାନ ପାଇଛନ୍ତି।ପୂର୍ବରୁ ଜଣେ ବ୍ୟକ୍ତିଙ୍କ ହାତ ଓ ଗୋଡ଼ର ଆଙ୍ଗୁଠି ମିଶାଇ ୨୮ ଥାଇ ଗନିଜ୍ ବୁକରେ ସ୍ଥାନ ପାଇ ବିଶ୍ୱ ରେକର୍ଡ ଥିବା ବେଳେ ବର୍ତ୍ତମାନ କୁମାରୀ ନାୟକଙ୍କ ହାତ ଓ ଗୋଡ଼ର ଆଙ୍ଗୁଳି ମିଶାଇ ୩୧ ଥିବା ଯୋଗୁଁ ପୂର୍ବ ରେକର୍ଡ ଭାଙ୍ଗି ଗନିଜ୍ ବୁକରେ ସ୍ଥାନ ପାଇଛନ୍ତି। ୨୯.୦୧.୨୦ ତାରିଖରେ ଇଂଲଣ୍ଡରୁ ପ୍ରକାଶିତ ହେଉଥିବା ଦୈନିକ ଇଂରାଜୀ ପତ୍ରିକା ” ଡେଲି ମେଇଲ”ରେ ପ୍ରକାଶ ପାଇଥିଲାଯେ, ଓଡିଶାର ଗଂଜାମ ଜିଲ୍ଲାର ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ପରିଚାଳିତ ହାତୀଓଟ ଜରାଶ୍ରମରେ ରହୁଥିବା କୁମାରୀ ନାୟକଙ୍କ ହାତ ଓ ଗୋଡ଼ର ଆଙ୍ଗୁଳି ମିଶାଇ ୩୧ ଟି ଅଛି,ଯାହାକି ଗନିଜ୍ ବୁକରେ ବିଶ୍ୱ ରେକର୍ଡ କରିଥିବା ୨୮ ଆଙ୍ଗୁଳି ବ୍ୟକ୍ତି ଠାରୁ ଅଧିକ। ଏହି ଖବର ପ୍ରକାଶ ପାଇବା ପରେ ଗନିଜ୍ ବୁକ କର୍ମକର୍ତ୍ତା କୁମାରୀ ନାୟକଙ୍କ ନାମ ବିଶ୍ୱ ରେକର୍ଡ ପାଇଁ ସ୍ଥାନିତ କରିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି। ନିଃସ୍ୱାର୍ଥପର ସେବା କାର୍ୟ୍ୟ ଦିନେ ନିଶ୍ଚିତ ସମ୍ମାନୀତ ହେବ ଏହା ପ୍ରମାଣିତ କରିଦେଇଛି ହାତୀଓଟ ଜରାଶ୍ରମ । ୨୦୧୨ ମସିହାର ସ୍ୱାଧୀନତା ଦିବସ ଅବସରରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ହାତୀଓଟ ଜରାଶ୍ରମ । ବିଭିନ୍ନ ଅଞ୍ଚଳର ନିଃସହାୟ ବ୍ୟକ୍ତି ମାନଙ୍କୁ ଏହି ଜରାଶ୍ରମ ଆଶ୍ରୟ ଦେଇ ସେମାନଙ୍କ ସେବା କରିଆସୁଛି।


