ଅଜଣା କାର ଧକ୍କାରେ ବୃଦ୍ଧ ଗୁରୁତର

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ଥାନା ଅନ୍ତର୍ଗତ ପାଙ୍ଗିଡି ସ୍କୁଳ ନିକଟରେ ଏକ ଅଜଣା କାର ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହାତ ହୋଇଛନ୍ତି । ଆହାତ ଜଣକ ପରିଚୟ ପାଙ୍ଗିଡି ଗ୍ରାମର ଖଲ୍ଲି ଗୈାଡ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗୋପାଳ ଖଲ୍ଲି ଗୈାଡ ଗାଇ କୁଆଁରିରେ ବାନ୍ଧି ଘର ଅଭିମୁଖେ ଫେରୁଥିବା ବେଳେ ବୁଗୁଡା ଦିଗରୁ ଏକ କାର ଆସି ତାଙ୍କୁ ଧକ୍କା ଦେଇ ବାଲି ପଦର ଅଭିମୁଖେ ଦ୍ରୁତ ଗତିରେ ଚାଲିଯାଇଥିଲା । ସେଠାରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ବୁଗୁଡା ମେଡିକାଲରେ ଭ୍‌ର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ