ଗରୀବ, ଆଦିବାସୀ ପିଲାଙ୍କୁ ଡ଼ାକ୍ତର ବନାଇବା ନାରାୟଣା ଗ୍ରୁପ୍ ଅଫ୍ ସ୍କୁଲ୍ର ମୂଳ ଲକ୍ଷ୍ୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶାରେ ଯେପରି ଆଗକୁ ଆଉ ଡ଼ାକ୍ତରଙ୍କର ଅଭାବ ଅନୁଭୂତ ନହେବ ଏବଂ ରୋଗୀମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେଇ ନାରାୟଣା ଗ୍ରୁପ୍ ଅଫ୍ ସ୍କୁଲ୍ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ବିଶେଷଭାବେ ଗରୀବ ଏବଂ ଆଦିବାସୀ ପିଲାମାନେ +୨ ପାସ୍ କଲାପରେ ଡ଼ାକ୍ତରୀ ପାଠ ପଢିବା ପାଇଁ ଇଚ୍ଛାପ୍ରକାଶ କରିବେ ଏବଂ ଖୁବ୍ କମ୍ ଖର୍ଚ୍ଚରେ ପାଠ ପଢି ଡ଼ାକ୍ତର ହୋଇପାରିବେ ସେଥିପ୍ରତି ନାରାୟଣା ଗ୍ରୁପ୍ ଅଫ୍ ସ୍କୁଲ୍ ସମସ୍ତ ପ୍ରକାର ସହଯୋଗର ହାତ ବଢାଇବା ପାଇଁ ଆଗେଇ ଆସିଛି । ଓଡ଼ିଶା ମାଟିରେ ଏଭଳି ସହଯୋଗ ଆଉ କୌଣସି ଅନୁଷ୍ଠାନ କେବେ ପ୍ରୟାସ କରିନଥିବା ବେଳେ ନାରାୟଣା ଗ୍ରୁପ୍ ଓଡ଼ିଶାର ମାନ ବୃଦ୍ଧି କରିବା ପାଇଁ ଆଗେଇ ଆସିବା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ନାରାୟଣା ଗ୍ରୁପ୍ ଅଫ୍ ସ୍କୁଲ୍ର ପରିଚାଳନା ଅଧ୍ୟକ୍ଷ ଡ଼ି. ଶେଷୁ କୁମାର ସୂଚନା ଦେଇଛନ୍ତି । ଭୁବନେଶ୍ୱରସ୍ଥିତ ନାରାୟଣା ସ୍କୁଲ୍ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶେଷୁ କୁମାର କହିଛନ୍ତି ଯେ, ଚଳିତମାସ ୭ ତାରିଖ ଏବଂ ୧୨ ତାରିଖରେ ନିଟ୍ ମିଟର ପରୀକ୍ଷା ବିନା ମୂଲ୍ୟରେ ସାରା ଭାରତରେ ଆମେ ଆୟୋଜନ କରିଛୁ । ଏଥିରେ ବିଶେଷକରି ଗରୀବ ଏବଂ ଆଦିବାସୀ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟାନ୍ୟ ବର୍ଗର ପିଲାମାନେ ମଧ୍ୟ ଏହି ସୁବିଧା ପାଇପାରିବେ ବୋଲି ସେ କହିଥିଲେ । ଏଥିପାଇଁ ଦିବା ୨ ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ଅନଲାଇନ୍ ମାଧ୍ୟମରେ ନିଜର ନାମ ପଞ୍ଜିକୃତ କରି ନିଟ୍ ମିଟର ପରୀକ୍ଷାରେ ଭାଗ ନେଇପାରିବେ । ଏହି ୱେବସାଇଟ୍ରେ ନିଟ୍ ମିଟରରେ ଲଗ୍ ଇନ୍ କରି ନିଜର ନାମ ପଞ୍ଜିକରଣ କରିପାରିବେ । ନିଟ୍ ପରୀକ୍ଷାରେ ଆସୁଥିବା ସମ୍ଭାବ୍ୟ ପ୍ରଶ୍ନପତ୍ର ଏହି ପରୀକ୍ଷାରେ ମଧ୍ୟ ସେହିଭଳି ପ୍ରଶ୍ନପତ୍ରର ପିଲାମାନଙ୍କୁ ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଶେଷୁ କୁମାର କହିଛନ୍ତି । ଯେଉଁ ଗରୀବ ଏବଂ ଆଦିବାସୀ ପିଲା ନିଟ୍ ମିଟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ, ସେମାନଙ୍କୁ ନିଟ୍ ପରୀକ୍ଷା ପାଇଁ ମାଗଣାରେ କୋଚିଂ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସ୍କୁଲ୍ର ଅଧ୍ୟକ୍ଷ ଇପ୍ତିକାର, ଅଧ୍ୟାପିକା ସୁସ୍ମିତା ମହାପାତ୍ର, ଡ଼ିଜିଏମ୍ କେ. ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।