ଚଉଦକୁଲାଟ ଶ୍ରୀଦଧିବାମନଜୀୟୁଙ୍କ ମନ୍ଦିରରୁ ଚୋରି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ତଥା ଚଉଦକୁଲାଟ ଫାଣ୍ଡି ଅନ୍ତର୍ଗତ ତମାଳଶାସନସ୍ଥିତ ଶ୍ରୀଦଧିବାମନଜୀୟୁଙ୍କ ମନ୍ଦିରରୁ ଶ୍ରୀଜୀୟୁଙ୍କ ଚଳନ୍ତି ପ୍ରତିମାକୁ ଗୁରୁବାର ବିଳମ୍ବିତ ରାତିରେ କେହି ଚୋରି କରି ନେଇଥିବା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଛି । ଗତ ୫ବର୍ଷ ଭିତରେ ଏହା ଦ୍ୱିତୀୟ ଥର ଚୋରି ହୋଇଛି । ଅଷ୍ଟଧାତୁରେ ନିର୍ମିତ ଶ୍ରୀଦଧିବାବନଜିୟୁଙ୍କ ଚଳନ୍ତି ପ୍ରତିମାକୁ କେହି ଦୁର୍ବୁତ୍ତ ଚୋରି କରି ନେଇଯାଇଛି । ଗତ ୨୦୧୭ ମସିହାରେ ଚୋରି ହୋଇଯାଇଥିବା ବିଗ୍ରହ ସ୍ଥାନରେ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ନୂତନ ପ୍ରତିମା ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ଏହାର ୧୫ମାସ ପରେ ଚୋରି ହୋଇଯାଇଥିବା ପ୍ରତିମା ଏକ ପରିତ୍ୟକ୍ତ ସ୍ଥାନରୁ ମିଳିବା ପରେ ଏକ ଆଧ୍ୟାତ୍ମିକ ପରିବେଶରେ ସେହି ପ୍ରତିମାକୁ ମନ୍ଦିରକୁ ନିଆଯାଇ ପୂଜାର୍ଚ୍ଚନା କରାଯାଇ ଆସୁଥିଲା । ଗୁରୁବାର ରାତିରେ କେହି ଦୁର୍ବୃତ୍ତ ମନ୍ଦିର ପରିବେଶ ଶୁନଶାନ ହେବା ପରେ ମନ୍ଦିର ଗ୍ରୀଲର ତାଲା ଭାଙ୍ଗି ୨ଟି ଚଳନ୍ତି ବିଗ୍ରହକୁ ଚୋରିକରି ନେଇଯାଇଛି । ଚଉଦକୁଲାଟ ଫାଣ୍ଡି ତଥା ପଟ୍ଟାମୁଣ୍ଡାଇ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଲକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତମାଳଶାସନର ଶ୍ରୀଦଧିବାମନଜୀୟୁ ଓଡିଶା ସରକାରଙ୍କ ଏକ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ମନ୍ଦିର ପରିସରରେ ସିସି କ୍ୟାମେରା ଲଗାଇବା ପାଇଁ ଓ ଚୋରକୁ ଧରାଯାଇ କଠିନ ଦଣ୍ଡ ବିଧାନ କରାଯିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ