ଗଳଧାରୀ ପଂଚାୟତରେ ସଚେତନତା କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଳଧାରୀ ପଂଚାୟତରେ ‘ଆମ ଓଡିଶା ନବିନ ଓଡିଶା’ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡିଓ ତପନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣ, ଜିଲ୍ଲା ପରିଷଦ ସଭ୍ୟା ମମତା ପରିଡା,ଏବିଡିଓ ଦେବେନ୍ଦ୍ର ପ୍ରଧାନ, ଗଳଧାରୀ ସରପଂଚ ଦିଲ୍ଲିପ ନାୟକ, ଡେରିକି ସରପଂଚ ପ୍ରଶାନ୍ତ ଜେନା, ଓଷକଣା ସରପଂଚ ନାରାୟଣ ସ୍ୱାଇଁ, ସମାଜସେବୀ ପଦ୍ମଚରଣ ରାଉତ, ପ୍ରତ୍ୟୁଷ ପରିଡା ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ବିଶଦ ଭାବେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ସଚେତନତାମୂଳକ ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପଂଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପୁସ୍ତିକା ଉନ୍ମୋଚନ କରାଯାଇ ଜନସାଧାରଣଙ୍କୁ ବଂଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ