ଗାଁ ଗାଁ ବୁଲି ସଚେତନତାର ବାର୍ତ୍ତା ମାଧ୍ୟମରେ ବୃକ୍ଷରୋପଣ କରିବା ନେଇ ପରାମର୍ଶ
ବୈପାରିଗୁଡା,(ବିକ୍ରାନ୍ତ କୁମାର ଵେବର୍ତ୍ତା):ଆଜିର ଶିଶୁ କାଲିର ଭବ୍ୟଷତ ଏହି ଧାରାକୁ ମାଧ୍ୟମ କରି ଯେମିତି ଜଙ୍ଗଲ ନଷ୍ଟ ନହୁଏ ଆଉରି ସେହି ଉଦ୍ଧ୍ୟେଶ ନେଇ ବୈପାରିଗୁଡା ବନବିଭାଗ ପକ୍ଷରୁ ଗାଁ ଗହଳିର ଶିଶୁ ମାନଙ୍କ ସହିତ ଗ୍ରାମବାସୀଙ୍କ ଠାରୁ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବାର ଜଣାପଡିଛି । ବାୟୁ ପ୍ରଦୂଷଣ ରୋକିବା, ବର୍ଜ୍ୟବସ୍ତୁ ପରିଚାଳନା, ଜଳ ସଂରକ୍ଷଣ, ତାପମାତ୍ରା ବୃଦ୍ଧି ନେଇ ସଚେତନତା,ପରିବର୍ତ୍ତିତ ପାଣିପାଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସଚେତନତା ସୃଷ୍ଟି ସହ ଅନେକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ଆଖପାଖ ଅଞ୍ଚଳ ସମେତ ବନାଞ୍ଚାଳ ଅଧିନସ୍ଥରେ ଥିବା ଜଙ୍ଗଲ ନଷ୍ଟ ନ କରି ତାହାର ସୁରକ୍ଷା କରିବା ସଚେତନତା ସୃଷ୍ଟି ପାଇଁ ଏକ କାର୍ଯ୍ୟକ୍ରମ କରାଯାଇଥିବା ନେଇ ସୂଚନା ମିଳିଛି । ବନପାଳ ରବିନ୍ଦ୍ର ପ୍ରଧାନ, ବନରକ୍ଷୀ ପ୍ରିୟଙ୍କା କର ଓ କରୁଣା ଦିସାରୀ ପ୍ରମୁଖ ଉପସ୍ଥିତ ରହି ଗାଁ ଲୋକଙ୍କ ସହିତ ମିଶି ବୃକ୍ଷରୋପଣ କରିଥିବାର ଜଣାପଡିଛି ।