ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକର ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ ଆଦି ସ୍ଥାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନାଉଗାଁସ୍ଥିତ କଳା ବିକାଶ କେନ୍ଦ୍ର ପରିସରରେ କେନ୍ଦ୍ରର ସଂପାଦକ ସୁକାନ୍ତ କୁମାର ଲେଙ୍କାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବାପୁଜୀ ଓ ଶାସ୍ତ୍ରିଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଦୁଇ ମହାପୁରୁଷଙ୍କର ଜୀବନାଦର୍ଶ ସଂର୍ପକରେ ସମ୍ୟକ ଆଲୋକପାତ କରାଯାଇଥିଲା । ସାଂପ୍ରତିକ ବିଶ୍ୱ ମହାମାରୀ କରୋନାକୁ ପ୍ରତିହିତ କରିବା ପାଇଁ ସତର୍କ ରହିବା ସହିତ ଗାନ୍ଧିଜୀଙ୍କର ନିର୍ଦ୍ଦେଶିତ ସ୍ୱଛତା ଅଭିଯାନ ଓ ସ୍ୱାସ୍ଥ୍ୟ ସଂପଦର ସୁରକ୍ଷାରେ ଶାସ୍ତ୍ରିୟ ଓଡିଶୀ ନୃତ୍ୟାଙ୍ଗନାମାନେ ସେମାନଙ୍କର ମୌଳିକ ଅଭ୍ୟାସ ଯୋଗ ବ୍ୟାୟମକୁ ଗୁରୁତ୍ୱ ଦେବା ସହିତ ସାମାଜିକ ଦୂରତ୍ୱକୁ ବଜାୟ ରଖି ଅଧିକାଂଶ ସମୟ ଘରେ ରହି ନିଜର ପରିବେଶକୁ ମୁକ୍ତ ଅବାଧ ଓ ନିର୍ମଳ ରଖିବାକୁ ପରାମର୍ଶ ଦିଆଯାଇଥିଲା । ଏହା ସହିତ ଘରେ ରହି ଅନଲାଇନରେ ବ୍ୟବସ୍ଥିତ ଅଭ୍ୟାସର ମାଗଦର୍ଶନ ପାଇଁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଗୁରୁ ସୁଶ୍ରୀ ମଣିକର୍ଣ୍ଣିକା ପିଲାମାନଙ୍କୁ ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ