ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ନଗର ବିଜେପି ତରଫରୁ ଶୋଭାଯାତ୍ରା, ସଫେଇ ଓ ଗଙ୍ଗା ଆଳତି
ବାଲେଶ୍ୱର, (ସରୋଜ ପଣ୍ଡା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ପାଳନ ଉପଲକ୍ଷେ ୧୭ ସେପ୍ଟେମ୍ବର ରୁ ୬ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁଥିବା ସେବା ଓ ସମର୍ପଣ ଅଭିଯାନ ଅନ୍ତର୍ଗତ ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ବାଲେଶ୍ବର ନଗର ବିଜେପି ପକ୍ଷରୁ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ବାରବାଟୀ ଅଞ୍ଚଳରେ ଏକ ତ୍ରୀରଙ୍ଗା ଶୋଭାଯାତ୍ରା ଓ ତାପରେ ବାଲିଘାଟ ସ୍ଥିତ ମନ୍ଦିର ପରିସର ଓ ଘାଟ ସଂଲଗ୍ନ ଅଞ୍ଚଳରେ ସଫେଇ ଅଭିଯାନ କରିଥିଲେ। ଏହା ପରେ ସନ୍ଧ୍ୟା ୫.୩୦ ମିନିଟରେ ନଦୀ ସଂସ୍କାର ପାଇଁ ଉଦିଷ୍ଟ ନମାମୀ ଗଙ୍ଗେ ଯୋଜନା ଅନ୍ତର୍ଗତ ଗଙ୍ଗା ଆଳତି କାର୍ଯ୍ୟକ୍ରମ କରାଯାଇଥିଲା । ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ମାର୍ଗଦର୍ଶନ ଓ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଏହି ସେବା ଓ ସମର୍ପଣ ଅଭିଯାନରେ ସମଗ୍ର ଜିଲ୍ଲାରେ ଏହି ପ୍ରକାରର କାର୍ଯ୍ୟକ୍ରମ କରାଯାଇଛି। ନଗର ବିଜେପି ପକ୍ଷରୁ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଜୀବନ ପ୍ରଦୀପ ଦାସ, ଗୋବିନ୍ଦ ଦାସ, ସୁଷମା ରାଣୀ ବିଶ୍ଵାଳ, କାମଳ ଲୋଚନ ଦାସ, ଚିତ୍ତରଞ୍ଜନ ପଣ୍ଡା, ମିହିର ବାରିକ୍, ସୁବାସ ଦାସ, ବସନ୍ତ ମାଝୀ, ଚନ୍ଦ୍ରମୋହନ ଦାସ, ଚନ ମାଝୀ, ଯୋଗେନ୍ ରଣା, ସ୍ୱର ଝଙ୍କାର ସେଠୀ, ଜୀବନ ଭାଇ, ସୁଶାନ୍ତ ବର୍ଦ୍ଧନ, ଦୁକୁଲ୍ ଘଡେଇ, ବିଜୟ ପାଣିଗ୍ରାହୀ, ସର୍ବେଶ୍ଵର ପାତ୍ର, ଦୁର୍ଗା, ସୁକାନ୍ତି ଦେବ ଗୋସ୍ଵାମୀ, ସୁସ୍ମିତା ପଣ୍ଡା, ପର୍ଶୁ ମହାନ୍ତି, ଶ୍ରିହରି ଶୁକ୍ଳ, ସସ୍ମିତା ଚନ୍ଦ୍, ସୁଜାତା ସିଂହ, ତରୁଲତା, ତରୁଣ ବର୍ଦ୍ଧନ, କଟିଆ ବିନ୍ଧାଣୀ, ରାଧା କାନ୍ତ ଦାସ, ଆଶିଷ ଘୋଷ, ସୋଭାନା ମହାନ୍ତି, , ପ୍ରଫୁଲ୍ଲ ଚନ୍ଦ୍, ସନାତନ ବାରିକ୍ , ରାଜେଶ୍ ମହାପାତ୍ର, ଟୁନୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ବର