ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଉତ୍କଳମଣି ଥିଲେ ସତ୍ୟ, ଅହିଂସା ଓ ସେବା ସଂଗ୍ରାମର ମୂର୍ତ୍ତିମନ୍ତ ପ୍ରତୀକ । ଓଡିଶାରେ ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନର ଅଗ୍ରବାହକ ଗୋପବନ୍ଧୁ ତାଙ୍କର ଅନନ୍ୟ ସେବା, ଦରଦୀ ହୃଦୟ ଓ ମାନବତା ପାଇଁ ଯୁଗ ଯୁଗ ଧରି ମାନବ ଜାତିକୁ ଆଲୋକ ଦେଖାଉଥିବେ ବୋଲି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ କେନ୍ଦ୍ରାପଡା ଜିଲ୍ଲା ସଂଗଠନ ପକ୍ଷରୁ ଆୟୋଜିତ “ଓଡିଶା ଗାନ୍ଧୀ – ଗୋପବନ୍ଧୁ” ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ପ୍ରାଧ୍ୟାପକ ମୋହନ ଜେନା ମତବ୍ୟକ୍ତ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ସଂଗଠନର ଜିଲ୍ଲା ଆବାହକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍କଳମଣିଙ୍କ ୧୪୫ତମ ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବେ କିଶୋର ନ୍ୟାୟ ପରିଷଦର ସଦସ୍ୟ ରବୀନ୍ଦ୍ର ପ୍ରସାଦ ଜେନା ଓ ଶ୍ରମିକ ନେତା ବାବାଜୀ ଧଳ, ରମଣୀରଞ୍ଜନ ରାଉତରାୟ, ନିରଞ୍ଜନ ପରିଡା, ଅବଧୂତ ରାଉତ, ନୃସିଂହ ତ୍ରିପାଠୀ, ଶରତ ରାଉତ, କବିତା ମୁଦୁଲି, ଅଶୋକ ସାହୁ, ଅମୀୟ ନାୟକ, ରମେଶ ପ୍ରଧାନ, ରଣଧୀର ଜେନା, କୁବେର ସାହୁ ପ୍ରମୁଖ ଗୋପବନ୍ଧୁଙ୍କ ଜୀବନ ଓ ଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ଅମରେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।