ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ବାରାଣାସୀ ସତ୍ୟାଗ୍ରହର ସମର୍ଥନ ନେଇ ‘ନ୍ୟାୟର ଦୀପ ଜଳାଅ’ ଉତ୍ସବ ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା):ବାରାଣାସୀ ଗାନ୍ଧୀ ଶିକ୍ଷା ଅନୁଷ୍ଠାନ ତଥା ସର୍ବୋଦୟ ସାଧନ କେନ୍ଦ୍ରର ପୁନଃ ନିର୍ମାଣ ନିମନ୍ତେ ଅନୁଷ୍ଠିତ ୧୦୦ ଦିନ ବ୍ୟାପୀ ସତ୍ୟାଗ୍ରହର ଅବଧି ଦିବସ ୧୯-୧୨-୨୪ରେ ସତ୍ୟାଗ୍ରହୀମାନଙ୍କ ଅହିଂସାତ୍ମକ ସଂଗ୍ରାମକୁ ସଲାମ କରି ବାଲେଶ୍ୱର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଦ୍ୱାରା ‘ନ୍ୟାୟର ଦୀପ ଜାଳ’ ଉତ୍ସବ ଶାସଙ୍ଗ ଗ୍ରାମରେ ଗାନ୍ଧୀ ପ୍ରତିମୂର୍ତ୍ତି ପାଖରେ ଦୀପ ପ୍ରଜ୍ଜ୍ୱଳନ କରାଯାଇ ବାରାଣାସୀ ସତ୍ୟାଗ୍ରହକୁ ସମର୍ଥନ କରାଯାଇଥିଲା । ଏଥିରେ ବାଲେଶ୍ୱରର ପ୍ରମୁଖ ସମାଜସେବୀ ବିକାଶ ଦାସ, ଏମ୍.ଡି. ଇସଲାମ, ପ୍ରତିମା ପଣ୍ଡା, ସବିତା ଦାସ, ସକିଲା ବାନୋ, ଅସଗର ଅଲ୍ଲୀ, ପ୍ରଣିତା ମିଶ୍ର ଓ ସ୍କୁଲ୍ର ଛାତ୍ରଛାତ୍ରୀ ତଥା ଶାସଙ୍ଗ ଗ୍ରାମବାସୀମାନେ ଉପସ୍ଥିତ ରହି ନିଜନିଜ ବକ୍ତବ୍ୟ ରଖିଥିଲେ ଓ ବାପୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ ଦେଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ ।