ଗାୟତ୍ରୀ ଶକ୍ତିପୀଠ ବାର୍ଷିକ ଉତ୍ସବ ଅବସରରେ ୨୪ କୁଣ୍ଡୀୟ ଯଜ୍ଞ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆ ଗାୟତ୍ରୀ ଶକ୍ତିପୀଠର ବାର୍ଷିକ ଉତ୍ସବ ଅବସରରେ ୨୪ କୁଣ୍ଡୀୟ ଯଜ୍ଞ ମଙ୍ଗଳବାର ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଗାୟତ୍ରୀ ପରିବାରର ସଦସ୍ୟାଙ୍କ ଦ୍ୱାରା ୧୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ସହର ପରିକ୍ରମା ସହ ଗାୟତ୍ରୀ ଶକ୍ତିପୀଠରେ କଳସ ସ୍ଥାପନ କରିଥିଲେ । ଗାୟତ୍ରୀ ପରିବାରର ମୁଖ୍ୟକେନ୍ଦ୍ର ହରିଦ୍ୱାର ଶାନ୍ତିକୁଞ୍ଜରୁ ଆସିଥିବା ରାଜକୁମାର ଭୃଗୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କର୍ମକାଣ୍ଡ ଆରମ୍ଭ ହୋଇଛି । ଶାନ୍ତିକୁଞ୍ଜର ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରୁଛନ୍ତି । ପରେ ରାଜକୁମାର ଭୃଗୁ ମହାଯଜ୍ଞର ମାହାତ୍ମ୍ୟ ସମ୍ପର୍କରେ ପ୍ରବଚନ ଦେଇଥିଲେ । ଶକ୍ତିପୀଠର ୩ ଦିନିଆ ବାର୍ଷିକ ଉତ୍ସବର ପ୍ରଥମ ଦିନର କଳସ ସ୍ଥାପନ ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପିଲାଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ମନ୍ତ୍ରୋଚାରଣ ପ୍ରଭୃତି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଦ୍ୱିତୀୟ ଦିବସର ପ୍ରାତଃ କାଳରେ ୨୪ଟି କୁଣ୍ଡରେ ଘୃତଯଜ୍ଞ ଆରମ୍ଭ ହେବ ବୋଲି ଶକ୍ତିପୀଠର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ରାମନବମୀ ତିଥିରେ ନାନାବିଧ ସଂସ୍କାର କର୍ମକାଣ୍ଡ ମାଧ୍ୟମରେ ମହାଯଜ୍ଞରେ ପୂର୍ଣ୍ଣାହୁତି ସହ ଦୀପ ଯଜ୍ଞ ମାଧ୍ୟମରେ ୩ଦିନିଆ ଉତ୍ସବର ଉଦଯାପିତ ହେବା ବୋଲି ସେମାନେ କହିଛନ୍ତି । ବାଲେଶ୍ୱର ଶକ୍ତିପୀଠର ମୁଖ୍ୟ ଟ୍ରଷ୍ଟି ସୁକାନ୍ତୀ ରଥ, ରେଖାରାଣୀ ଦାସ, ରେବତୀ ବେହେରା, ଶକ୍ତୁନ୍ତଳା ଜେନା, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଅର୍ଚ୍ଚନା ମହାନ୍ତି, ପୁଷ୍ପା ସାହୁ, କୁନମୁନ ସେଠୀ, ସଞ୍ଜୁବାଳା ସ, ମଞ୍ଜୁରାଣୀ ମହାପାତ୍ର, ମନସ୍ୱିନୀ ମାହାପାତ୍ର, ସସ୍ମିତା ପ୍ରଧାନ, ଶ୍ରଦ୍ଧାଞ୍ଜଳି ବରାଳଙ୍କ ସମେତ ଡାକ୍ତର ଶଶୀଭୂଷଣ ରଥ, ବାସୁଦେବ ମଲ୍ଲିକ, ଗୌରଚନ୍ଦ୍ର ବେହେରା, ବଳରାମ ଜେନା, ଗୋକୁଳାନନ୍ଦ ବେହେରା, ବାସୁକୀଦୁଲାଲ ଦାସ, ଜ୍ୟୋତିରଞ୍ଜନ ଦାସ, ପ୍ରଭାକର ସାହୁ, ସୁଧାଂଶୁ ବେହେରା, ନାରାୟଣ ପାତ୍ର, ସୁଧାଂଶୁ ଶେଖର ଦାସ, ଜଗତାନନ୍ଦ ମହାପାତ୍ର, ଶାନ୍ତନୁ ମହାପାତ୍ର, ଜୟଦେବ ପାତ୍ର, ବିଜୟ କୁମାର ବେହେରା, ଜ୍ୟୋତିର୍ମୟ ଦାସ ପ୍ରମୁଖ ଏହି ୩ ଦିନିଆ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରୁଛନ୍ତି ।


